Categories: ଖେଳ

‘ୟୁନିଭର୍ସ ବସ’ଙ୍କୁ ଭେଟି ଟ୍ରୋଲ ହେଲେ ମାଲ୍ୟା

ନୂଆଦିଲ୍ଲୀ,୨୨।୬: ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର ତଥା ‘ୟୁନିଭର୍ସ ବସ’ ଭାବରେ ଜଣାଶୁଣା କ୍ରିସ ଗେଲ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି। ପୂର୍ବତନ ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଟୁଇଟର୍‌ରେ ଗେଲଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଏହା ପରେ ଉଭୟ ମାଲ୍ୟା ଏବଂ ଗେଲ ଟ୍ରୋଲ ହୋଇଛନ୍ତି। ଏହି ପୋଷ୍ଟରେ ଗେଲ ତାଙ୍କର ଜଣେ ଭଲ ବନ୍ଧୁ ଭାବରେ ମଧ୍ୟ ବର୍ଣ୍ଣନା କରିଛନ୍ତି ମାଲ୍ୟା।
ବହୁ ବର୍ଷ ଧରି ଗେଲ ଆରସିବିର ଏକ ଅଂଶ ଥିଲେ।
ଏହି ଟୁଇଟ୍‌ରେ ୩୨ ହଜାରରୁ ଅଧିକ ଲାଇକ ଏବଂ ଅନେକ କମେଣ୍ଟ ଆସିଛି। ଲୋକମାନେ ଗେଲଙ୍କ ସହ ମାଲ୍ୟାଙ୍କୁ ଟ୍ରୋଲ କରୁଛନ୍ତି। ଏହି ଟୁଇଟ୍‌କୁ ୧୩୦୦ରୁ ଅଧିକ ରିଟୁଇଟ୍‌ କରାଯାଇଛି। ସାମ ନାମକ ଜଣେ ୟୁଜର୍ସ ଲେଖିଛନ୍ତି – ଗେଲ୍‌ ଭାଇ କ’ଣ ତୁମ ଲୁଟ କରି ପଳାଇବାକୁ ବସିଛ। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ମାଲ୍ୟା ଜୀ ଆପଣ କେବେ ଭାରତ ଫେରିବେ।
ଗେଲଙ୍କୁ ୨୦୧୧ରେ ଆରସିବି କିଣିଥିଲା। ଗେଲଙ୍କ ବିସ୍ଫୋରକ ବ୍ୟାଟିଂ ହେତୁ ଆରସିବି ସେହି ବର୍ଷ ଫାଇନାଲରେ ପ୍ରବେଶ କରିଥିଲା। ଗେଲ ୨୦୧୭ ପର୍ଯ୍ୟନ୍ତ ଆରସିବି ଦଳରେ ରହିଥିଲେ।

 

Share