Categories: ଖେଳ

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ ସେ ସାମିଲ ହେବେ ବୋଲି ଜଣାପଡିଛି। ବିଜୟ ବର୍ତ୍ତମାନ ଆଇଏସ୍‌ଏଲ୍‌ରେ ଚେନ୍ନାଇନ୍‌ ଏଫ୍‌ସି ପକ୍ଷରୁ ଖେଳୁଛନ୍ତି। ବର୍ଷ ଶେଷ ହେବା ପର୍ଯ୍ୟନ୍ତ ବିଜୟଙ୍କୁ କଲୋନା ଏଫ୍‌ସି ଲୋନ୍‌ରେ ନେଇଥିବା କ୍ଲବ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମଣ୍ଟେଭିଡିଓର ଏହି କ୍ଲବ ଉରୁଗୁଏର ଦ୍ୱିତୀୟ ଡିଭିଜନ ଫୁଟବଲ କ୍ଲବ ସେଗୁଣ୍ଡା ଡିଭିଜନ୍‌ରେ ଖେଳିଥାଏ। ବର୍ତ୍ତମାନ ଏହା ତୃତୀୟ ସ୍ଥାନରେ ରହିଛି। କଲୋନ୍‌ ପାଇଁ ଭଲ ପ୍ରଦର୍ଶନ କରିବା ସହିତ ନିଜ ପ୍ରଫେଶନାଲ ଗେମ୍‌କୁ ଆଗକୁ ନେବା ପାଇଁ ଆଶା କରୁଥିବା କହିଛନ୍ତି ବିଜୟ। ୨୨ ବର୍ଷୀୟ ବିଜୟ ମଣିପୁରରୁ ଆସୁଥିବା ବେଳେ ୨୦୧୬ରେ ଶିଲଂ ଲାଜୋଙ୍ଗ ପକ୍ଷରୁ ପଦାର୍ପଣ କରିଥିଲେ। ପରେ ୨୦୧୮ରେ ଇଣ୍ଡିଆନ୍‌ ଆରୋଜ ପକ୍ଷରୁ ନିଜର ସିନିୟର ପଦାର୍ପଣ କରିଥିଲେ। ଚେନ୍ନାଇ ସିଟି, ରିୟଲ କଶ୍ମୀର ଓ ଶ୍ରୀନିଡି ଡେକାନ ପକ୍ଷରୁ ଖେଳିବା ସହ ଚେନ୍ନାଇନ୍‌ ଏଫ୍‌ସି ପକ୍ଷରୁ ଆଇଏସ୍‌ଏଲ୍‌ ପଦାର୍ପଣ କରିଥିଲେ।

Share