Posted inଖେଳ

ବିଜୟ ହଜାରେ ଟ୍ରଫି: ଉତ୍ତର ପ୍ରଦେଶ-ମୁମ୍ବାଇ ଫାଇନାଲ

ନୂଆଦିଲ୍ଲୀ, ୧୨।୩-ଚଳିତ ବିଜୟ ହଜାରେ ଟ୍ରଫି ଘରୋଇ ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ଉତ୍ତର ପ୍ରଦେଶ ଓ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ହେବ। ଗୁରୁବାର ଅନୁଷ୍ଠିତ ୨ଟି ସେମିଫାଇନାଲରେ ଗୁଜରାଟକୁ ଉତ୍ତର ପ୍ରଦେଶ ଓ କର୍ନାଟକକୁ ମୁମ୍ବାଇ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ୧୪ ତାରିଖରେ ଫାଇନାଲ ଖେଳାଯିବ।
ଆକାଶଦୀପଙ୍କ ଅଲରାଉଣ୍ଡ ପ୍ରଦର୍ଶନ
ପ୍ରଥମ ସେମିଫାଇନାଲରେ ଉତ୍ତର ପ୍ରଦେଶ ୫ ଉଇକେଟରେ ଗୁଜରାଟକୁ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୪୮.୧ ଓଭରରେ ୧୮୪ ରନକରି ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ହିତ୍‌ ପଟେଲ ସର୍ବାଧିକ ୬୦ ରନ କରିଥିବାବେଳେ ବିପକ୍ଷ ଦଳର ୟଶ ଦୟାଲ ୩ଟି, ଆକ୍ୱିବ ଖାଁ ୨ଟି ଏବଂ ଶିବମ୍‌ ଶର୍ମା ଓ ଆକାଶଦୀପ ନାଥ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଉତ୍ତର ପ୍ରଦେଶ ୪୨.୪ ଓଭରରେ ୫ ଉଇକେଟ ହରାଇ ୧୮୮ ରନ ସଂଗ୍ରହ କରି ନେଇଥିଲା। ଆକାଶଦୀପ ସର୍ବାଧିକ ୭୧, କର୍ନ ଶର୍ମା ୩୮ ଓ ଉପେନ୍ଦ୍ର ଯାଦବ ୩୧* ରନ କରିଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଆକାଶଦୀପ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।
ପୃଥ୍ବୀ ଶ’ ୧୬୫
ଦ୍ୱିତୀୟ ସେମିଫାଇନାଲରେ ମୁମ୍ବାଇ ପୃଥ୍ବୀ ଶ’ଙ୍କ ଶତକ ବଳରେ କର୍ନାଟକକୁ ୭୨ ରନରେ ପରାସ୍ତ କରିଛି। ମୁମ୍ବାଇ ୪୯.୨ ଓଭରରେ ୩୨୨ ରନ କରି ସମସ୍ତ ଉଇକେଟ ହରାଇଥିଲା। ପୃଥ୍ବୀ ୧୨୨ ବଲ୍‌ରୁ ୧୭ ଚୌକା ଓ ୭ ଛକା ସହାୟତାରେ ବିସ୍ଫୋରକ ୧୬୫ ରନ ସ୍କୋର କରିଥିଲେ। ସାମ୍ସ ମୁଲାନି ୪୫ ରନ କରିଥିଲେ। ପ୍ରତିପକ୍ଷ ଦଳର ବିଜୟ କୁମାର ୪ଟି ଓ ପ୍ରସିଦ୍ଧ କ୍ରିଷ୍ଣା ୩ଟି ଉଇକେଟ ନେଇଥିଲେ। ବଡ଼ ସ୍କୋର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା କର୍ନାଟକ ୪୨.୪ ଓଭରରେ ୨୫୦ ରନକରି ଅଲଆଉଟ ହୋଇଯାଇଥିଲା। ଦେବଦତ୍ତ ପଡିକାଲ ସର୍ବାଧିକ ୬୪, ଶରତ ବି.ଆର. ୬୧, ଶ୍ରେୟାସ ଗୋପାଳ ୩୩ ରନ କରିଥିଲେ। ମୁମ୍ବାଇର ତୁଷାର ଦେଶପାଣ୍ଡେ, ତନୁଶ କୋଟିଆନ, ପ୍ରଶାନ୍ତ ସୋଲାଙ୍କି ଓ ସାମ୍ସ ମୁଲାନି ୨ଟି ଲେଖାଏ ଉଇକେଟ ନେଇଥିଲେ। ପୃଥ୍ବୀ ମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri