Posted inଖେଳ

ବିଜୟ ହଜାରେ ଟ୍ରଫି: ଉତ୍ତର ପ୍ରଦେଶ-ମୁମ୍ବାଇ ଫାଇନାଲ

ନୂଆଦିଲ୍ଲୀ, ୧୨।୩-ଚଳିତ ବିଜୟ ହଜାରେ ଟ୍ରଫି ଘରୋଇ ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ଉତ୍ତର ପ୍ରଦେଶ ଓ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ହେବ। ଗୁରୁବାର ଅନୁଷ୍ଠିତ ୨ଟି ସେମିଫାଇନାଲରେ ଗୁଜରାଟକୁ ଉତ୍ତର ପ୍ରଦେଶ ଓ କର୍ନାଟକକୁ ମୁମ୍ବାଇ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ୧୪ ତାରିଖରେ ଫାଇନାଲ ଖେଳାଯିବ।
ଆକାଶଦୀପଙ୍କ ଅଲରାଉଣ୍ଡ ପ୍ରଦର୍ଶନ
ପ୍ରଥମ ସେମିଫାଇନାଲରେ ଉତ୍ତର ପ୍ରଦେଶ ୫ ଉଇକେଟରେ ଗୁଜରାଟକୁ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୪୮.୧ ଓଭରରେ ୧୮୪ ରନକରି ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ହିତ୍‌ ପଟେଲ ସର୍ବାଧିକ ୬୦ ରନ କରିଥିବାବେଳେ ବିପକ୍ଷ ଦଳର ୟଶ ଦୟାଲ ୩ଟି, ଆକ୍ୱିବ ଖାଁ ୨ଟି ଏବଂ ଶିବମ୍‌ ଶର୍ମା ଓ ଆକାଶଦୀପ ନାଥ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଉତ୍ତର ପ୍ରଦେଶ ୪୨.୪ ଓଭରରେ ୫ ଉଇକେଟ ହରାଇ ୧୮୮ ରନ ସଂଗ୍ରହ କରି ନେଇଥିଲା। ଆକାଶଦୀପ ସର୍ବାଧିକ ୭୧, କର୍ନ ଶର୍ମା ୩୮ ଓ ଉପେନ୍ଦ୍ର ଯାଦବ ୩୧* ରନ କରିଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଆକାଶଦୀପ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।
ପୃଥ୍ବୀ ଶ’ ୧୬୫
ଦ୍ୱିତୀୟ ସେମିଫାଇନାଲରେ ମୁମ୍ବାଇ ପୃଥ୍ବୀ ଶ’ଙ୍କ ଶତକ ବଳରେ କର୍ନାଟକକୁ ୭୨ ରନରେ ପରାସ୍ତ କରିଛି। ମୁମ୍ବାଇ ୪୯.୨ ଓଭରରେ ୩୨୨ ରନ କରି ସମସ୍ତ ଉଇକେଟ ହରାଇଥିଲା। ପୃଥ୍ବୀ ୧୨୨ ବଲ୍‌ରୁ ୧୭ ଚୌକା ଓ ୭ ଛକା ସହାୟତାରେ ବିସ୍ଫୋରକ ୧୬୫ ରନ ସ୍କୋର କରିଥିଲେ। ସାମ୍ସ ମୁଲାନି ୪୫ ରନ କରିଥିଲେ। ପ୍ରତିପକ୍ଷ ଦଳର ବିଜୟ କୁମାର ୪ଟି ଓ ପ୍ରସିଦ୍ଧ କ୍ରିଷ୍ଣା ୩ଟି ଉଇକେଟ ନେଇଥିଲେ। ବଡ଼ ସ୍କୋର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା କର୍ନାଟକ ୪୨.୪ ଓଭରରେ ୨୫୦ ରନକରି ଅଲଆଉଟ ହୋଇଯାଇଥିଲା। ଦେବଦତ୍ତ ପଡିକାଲ ସର୍ବାଧିକ ୬୪, ଶରତ ବି.ଆର. ୬୧, ଶ୍ରେୟାସ ଗୋପାଳ ୩୩ ରନ କରିଥିଲେ। ମୁମ୍ବାଇର ତୁଷାର ଦେଶପାଣ୍ଡେ, ତନୁଶ କୋଟିଆନ, ପ୍ରଶାନ୍ତ ସୋଲାଙ୍କି ଓ ସାମ୍ସ ମୁଲାନି ୨ଟି ଲେଖାଏ ଉଇକେଟ ନେଇଥିଲେ। ପୃଥ୍ବୀ ମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri