Posted inଖେଳ

ବିଜୟ ହଜାରେ ଟ୍ରଫି: ଓଡ଼ିଶାର ପ୍ରଥମ ବିଜୟ

ଭୁବନେଶ୍ୱର, ୨୭।୨(କ୍ରୀଡ଼ା ପ୍ରତିନିଧି)-ଅଧିନାୟକ ଶାନ୍ତନୁ ମିଶ୍ରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଓଡ଼ିଶା ଚଳିତ ବିଜୟ ହଜାରେ ଟ୍ରଫି ଦିନିକିଆ ଘରୋଇ କ୍ରିକେଟ ଟୁର୍ନାମେଣ୍ଟରେ ଶୁକ୍ରବାର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଅଲୁରର କେଏସ୍‌ସିଏ ଗ୍ରାଉଣ୍ଡ-୨ରେ ଶୁକ୍ରବାର ଅନୁଷ୍ଠିତ ଗ୍ରୁପ୍‌ ‘ସି’ ମ୍ୟାଚରେ ଓଡ଼ିଶା ୭ ଉଇକେଟରେ ବିହାରକୁ ପରାସ୍ତ କରିଛି। କେରଳ, ରେଲଓ୍ବେ ଓ କର୍ନାଟକଠାରୁ କ୍ରମାଗତ ୩ ପରାଜୟ ପରେ ଓଡ଼ିଶାର ଏହା ପ୍ରଥମ ବିଜୟ। ଏଠାରେ ପ୍ରଥମେ ବ୍ୟାଟିଂ କରିଥିବା ବିହାର ୫୦ ଓଭରରେ ୭ ଉଇକେଟ ହରାଇ ୨୫୫ ରନ କରିଥିଲା। ଜବାବରେ ଓଡ଼ିଶା ୪୮.୧ ଓଭରରେ ୩ ଉଇକେଟ ହରାଇ ୨୫୮ ରନ ସଂଗ୍ରହ କରି ନେଇଥିଲା। ବିଜୟ ଫଳରେ ଓଡ଼ିଶା ପଏଣ୍ଟ (୪) ଖାତା ଖୋଲିଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବିହାର। ମଙ୍ଗଲ ମହରୋର ଓ ଏସ. ଗନିଙ୍କ ଓପନିଂ ଯୋଡ଼ିରେ ଦଳ ୨୧ ଓଭରରୁ ୯୫ ରନ ସଂଗ୍ରହ କରି ଦଳ ପାଇଁ ଭଲ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲା। ୬୮ ବଲ୍‌ରୁ ୭ ଚୌକା ସହାୟତାରେ ୪୮ ରନ କରିଥିବା ଗନିଙ୍କୁ ଆଉଟ କରି ଓଡ଼ିଶାକୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ ଅଧିନାୟକ ଶାନ୍ତନୁ ମିଶ୍ର। ପରେ ମଙ୍ଗଲ (୩୮ ରନ, ୬୪ ବଲ, ୩ ଚୌକା, ୧ ଛକା) ଓ ଯଶଭି ରିଷଭ (୨)ଙ୍କୁ ଶାନ୍ତନୁ ଆଉଟ କରିବାରୁ ୨୩ ଓଭର ବେଳକୁ ବିହାର ସ୍କୋର ୯୯/୩ ହୋଇ ଯାଇଥିଲା। ମିଡ୍‌ଲ ଅର୍ଡରରେ ବବୁଲ କୁମାର ୭୮(୭୧ ବଲ, ୩ ଚୌକା, ୪ ଛକା) ରନ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଶଶିମ ରାଠୋର ୨୭ ଓ ବିକାଶ ରଞ୍ଜନ ୨୦ ରନରେ ଆଉଟ ହୋଇଥିବାବେଳେ ଅନୁଜ ରାଜ ୧୦ ବଲ୍‌ରୁ ୨୨(୧ ଚୌକା, ୨ ଛକା) ରନରେ ଅପରାଜିତ ରହିଥିଲେ। ଓଡ଼ିଶା ପକ୍ଷରୁ ଶାନ୍ତନୁ ସର୍ବାଧିକ ୩ଟି, ରାଜେଶ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି ଲେଖାଏ ଉଇକେଟ ନେଇଥିଲେ।
ବିହାର ପରି ଓଡ଼ିଶାର ଦୁଇ ଓପନର ଶାନ୍ତନୁ ଓ ସନ୍ଦୀପ ପଟ୍ଟନାୟକ ଦୃଢ଼ ବ୍ୟାଟିଂ କରି ଦଳ ପାଇଁ ମୂଳଦୁଆ ମଜଭୁତ କରିଥିଲେ। ଓପନିଂ ଯୋଡ଼ିରେ ଦୁହେଁ ୨୬.୫ ଓଭରରୁ ୧୨୪ ରନ ସଂଗ୍ରହ କରି ବିଜୟ ପାଇଁ ପଥ ପ୍ରସ୍ତୁତ କରିଥିଲେ। ୮୧ ବଲ୍‌ରୁ ୧୦ ଚୌକା ସହ ୬୪ ରନ କରିଥିବାବେଳେ ସନ୍ଦୀପ ଡାହାଣହାତୀ ମିଡିୟମ ପେସର ରାହୁଲ କୁମାରଙ୍କ ବଲ୍‌ରେ ବୋଲ୍ଡ ହୋଇଯାଇଥିଲେ। ଫର୍ମରେ ଥିବା ଶୁଭ୍ରାଂଶୁ ସେନାପତି ୧୧ ରନରେ ରନ୍‌ଆଉଟ ହୋଇଯାଇଥିବାବେଳେ ଶାନ୍ତନୁ ୧୦୭ ବଲ୍‌ରୁ ୬ ଚୌକା ଓ ୧ ଛକା ସହାୟତାରେ ୭୬ ରନ କରି ରନଆଉଟ ହୋଇଥିଲେ। ୧୭୧ ରନରେ ଦଳର ତୃତୀୟ ଉଇକେଟ ପତନ ଘଟିଥିଲା। ତେବେ କାର୍ତ୍ତିକ ବିଶ୍ୱାଳ ଓ ଅଙ୍କିତ ଯାଦବ ଆଉ କୌଣସି କ୍ଷତି ହେବାକୁ ନ ଦେଇ ଅସମାପ୍ତ ୪ର୍ଥ ଉଇକେଟରେ ୮୭ ରନ ଯୋଗକରି ଦଳକୁ ବିଜୟୀ କରାଇଥିଲେ। କାର୍ତ୍ତିକ ୪୬ ବଲ୍‌ରୁ ୩ ଚୌକା ସହ ୫୩ ଏବଂ ଅଙ୍କିତ ୩୯ ବଲ୍‌ରୁ ୫ ଚୌକା ସହାୟତାରେ ୪୩ ରନ କରିବାରୁ ଓଡ଼ିଶା ଆହୁରି ୧୧ ବଲ୍‌ ବାକିଥାଇ ବିଜୟ ଲକ୍ଷ୍ୟ ଅତିକ୍ରମ କରି ଯାଇଥିଲା। ବିହାର ପକ୍ଷରୁ ରାହୁଲ କୁମାର ଗୋଟିଏ ଉଇକେଟ ପାଇଥିଲେ। ଶାନ୍ତନୁ ମିଶ୍ରଙ୍କ ଓଡ଼ିଶା ଦଳ ୨୮ ତାରିଖରେ ଏହାର ଶେଷ ଲିଗ୍‌ ମ୍ୟାଚ ଉତ୍ତର ପ୍ରଦେଶ ବିପକ୍ଷରେ ଖେଳିବ।
ସଂକ୍ଷିପ୍ତ ସ୍କୋର
ବିହାର ୫୦ ଓଭରରେ ୨୫୫/୭(ବବୁଲ କୁମାର-୭୮, ଏସ. ଗନି-୪୮, ଶାନ୍ତନୁ ମିଶ୍ର-୩/୪୬, ରାଜେଶ ମହାନ୍ତି-୨/୪୦, ସୂର୍ଯ୍ୟକାନ୍ତ ପ୍ରଧାନ-୨/୬୬)। ଓଡ଼ିଶା ୪୮.୧ ଓଭରରେ ୨୫୮/୩ (ଶାନ୍ତନୁ-୭୬, ସନ୍ଦୀପ ପଟ୍ଟନାୟକ-୬୪, କାର୍ତ୍ତିକ ବିଶ୍ୱାଳ-୫୩*, ଅଙ୍କିତ ଯାଦବ-୪୩*, ରାହୁଲ କୁମାର-୧/୩୭)।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ, ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ,୨୫ା୩(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି…

ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି: ୪୮ ବର୍ଷ ପରେ ଝଲସିବ କାଳିଆ ସାଆନ୍ତଙ୍କ ଅଳଙ୍କାର

ପୁରୀ,୨୫ା୩(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ବୁଧବାରଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଛି। ଏନେଇ ସରକାରଙ୍କଠାରୁ ଆରମ୍ଭକରି ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ,…

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ, ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ….

ଭୁବନେଶ୍ବର,୨୫।୩: ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗି ରହିଛି । ଏହାରି ଭିତରେ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ନିଂ ଜାରି କରାଯାଇଛି ।…

ଯୁଦ୍ଧ ଭିତରେ ଭାରତ ପାଇଁ ଖୁସି ଖବର; ମହଜୁଦ ରହିଛି ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଭୟଭୀତ ହୁଅନ୍ତୁ ନାହିଁ

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ, ଭାରତ ସରକାର ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଦେଶ ଭିତରେ ପର୍ଯ୍ୟାପ୍ତ ପରିମାଣରେ…

ଘୁମୁସର ବନଖଣ୍ଡରୁ ୨୦୪ ଖଣ୍ଡ କାଠ ଯିବ ପୁରୀ 

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡରୁ ଚଳିତ ବର୍ଷ ରଥ ନିର୍ମାଣପାଇଁ ପୁରୀ ରଥଯାତ୍ରାକୁ ୨୦୪ ଖଣ୍ଡ କାଠଯିବ।…

ଯୁଦ୍ଧ ଭିତରେ ୧ ଏପ୍ରିଲରୁ ବଦଳିଯିବ ୫ ନିୟମ, ରୋଷେଇ ଘରରୁ ପେଟ୍ରୋଲ ଯାଏ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୫।୩: ୧ ଏପ୍ରିଲରୁ ଆର୍ଥିକ ନିୟମାବଳୀରେ ଅନେକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଖର୍ଚ୍ଚ ଉପରେ ସିଧାସଳଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri