Posted inଖେଳ

ବିଜୟ ହଜାରେ ଟ୍ରଫି: ଉତ୍ତରପ୍ରଦେଶଠାରୁ ହାରିଲା ଓଡ଼ିଶା

ଭୁବନେଶ୍ୱର,୧।୩(ସ୍ପୋର୍ଟ୍ସ ବ୍ୟୁରୋ): ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ଆଉ ଏକ ପରାଜୟ ବରଣ କରିଛି। ବେଙ୍ଗାଲୁରୁର ଜଷ୍ଟ କ୍ରିକେଟ ଏକାଡେମୀ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶାକୁ ଉତ୍ତରପ୍ରଦେଶ (ୟୁପି) ୧୭୦ଟି ବଲ ବାକି ରଖି ୬ ଉଇକେଟରେ ଅତି ସହଜରେ ପରାସ୍ତ କରିଛି। ଉତ୍ତରପ୍ରଦେଶ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୦.୧ ଓଭରରେ ୧୪୮ ରନରେ ଅଲଆଉଟ ହୋଇଥିଲା। ଜବାବରେ ଉତ୍ତରପ୍ରଦେଶ ୨୧.୪ ଓଭରରେ ୪ ଉଇକେଟ ହରାଇ ୧୫୦ ରନକରି ବିଜୟ ହାସଲ କରିଥିଲା। ଏହି ବିଜୟ ସହ ୟୁପି ୪ ପଏଣ୍ଟ ହାସଲ କରିଛି।
୧୪୯ ରନ ଟାର୍ଗେଟର ପିଛା କରି ଉତ୍ତରପ୍ରଦେଶ ଭଲ ଆରମ୍ଭ କରିଥିଲା। ଦୁଇ ଓପନର ଅଭିଷେକ ଗୋସ୍ବାମୀ ଓ କରନ ଶର୍ମା ଆଉଟ ହେବା ପୂର୍ବରୁ ୨୫ ରନ ଲେଖାଏ ସଂଗ୍ରହ କରିଥିଲେ। ଶାନ୍ତନୁ ମିଶ୍ରଙ୍କୁ କ୍ୟାଚ୍‌ ଦେଇ ଅଭିଷେକ ରାଜେଶ ମହାନ୍ତିଙ୍କ ଦ୍ୱାରା ଆଉଟ ହୋଇଥିଲେ। କରନ ଉଇକେଟକିପର ପ୍ରବୀଣ ଲୋହାଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ। ୧୭ ରନକରି ପ୍ରିୟମ ଗର୍ଗ ରାଜେଶଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ଉପେନ୍ଦ୍ର ଯାଦବ ୩୨ ରନକରି କାର୍ତ୍ତିକ ବିଶ୍ୱାଳଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ। ସମୀର ଚୌଧୁରୀ ୨୯ ଓ ଆକାଶଦୀପ ନାଥ ୧୬ ରନକରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ବୋଲିଂରେ ଓଡ଼ିଶା ତରଫରୁ ରାଜେଶ ୨ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ତରଫରୁ ୮ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଶୁଭ୍ରାଂଶୁ ସେନାପତି ୪୯ ରନକରି ଅପରାଜିତ ରହିଥିବା ବେଳେ ରାକେଶ ପଟ୍ଟନାୟକ ୪୬ ରନକରି ଶାନୁ ସଇନିଙ୍କ ଦ୍ୱାରା ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଓପନର ତଥା ଅଧିନାୟକ ଶାନ୍ତନୁ ମିଶ୍ର ୨୪ ରନ କରି ଶିବମ ଶର୍ମାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସନ୍ଦୀପ ପଟ୍ଟନାୟକ ୩, କାର୍ତ୍ତିକ ବିଶ୍ୱାଳ ୪, ଅଙ୍କିତ ଯାଦବ ୨, ପ୍ରବୀଣ ଲୁହା ୭, ପ୍ରୟାସ ସିଂ ୩, ରାଜେଶ ମହାନ୍ତି ୫, ସୌରଭ କାନୋଜା ୧ ରନ କରି ଆଉଟ ହୋଇଥିବା ବେଳେ ତାରିଣୀ ସ ଖାତା ଖୋଲିପାରି ନ ଥିଲେ। ବୋଲିଂରେ ଉତ୍ତରପ୍ରଦେଶ ତରଫରୁ ଶିବମ ଶର୍ମା ୨୨ ରନ ବ୍ୟୟ କରି ସର୍ବାଧିକ ୬, ଆକ୍ୱିବ ଖାଁ ଓ ଶିବମ ମାଭି ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଓଡ଼ିଶା ୪୦.୧ ଓଭରରେ ୧୪୮ ଅଲଆଉଟ୍‌
(ଶୁଭ୍ରାଂଶୁ- ୪୯, ରାକେଶ- ୪୬, ଶାନ୍ତନୁ- ୨୪, ଶିବମ ଶର୍ମା- ୬/ ୨୨)।
ଉତ୍ତର ପ୍ରଦେଶ ୨୧.୪ ଓଭରରେ ୧୫୦/୪
(ଉପେନ୍ଦ୍ର ଯାଦବ- ୩୨, ସମୀର ଚୌଧୁରୀ- ୨୯*, କରଣ ଶର୍ମା- ୨୫, ଅଭିଷେକ ଗୋସ୍ବାମୀ- ୨୫, ପ୍ରିୟମ ଗର୍ଗ-୧୭, ଆକାଶଦୀପ ନାଥ- ୧୬*, ରାଜେଶ ମହାନ୍ତି- ୨/୩୭ )।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri