ନବୀନଙ୍କ ଆକ୍ସନକୁ ନେଇ ବିଜୟ କହିଲେ- ମୁଁ ହତବାକ୍‌…

ଭୁବନେଶ୍ୱର,୧୫।୧: ଦଳୀୟ ବିଶୃଙ୍ଖଳାକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ୨ ବିଧାୟକଙ୍କୁ ଦଳରୁ ସସ୍‌ପେଣ୍ଡ କରିଛନ୍ତି। ସେମାନଙ୍କ ମଧ୍ୟରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ତଥା ବିଧାୟକ ଅରବିନ୍ଦ ରହିଛନ୍ତି। ଏହା ଜଣାପଡ଼ିବା ପରେ ବିଜୟ ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି, ମୁଁ ହତବାକ, ଏଭଳି ଖବର ଶୁଣି ଆଶ୍ଚର୍ଯ୍ୟ ହେଲି। କାହିଁକି ଏଭଳି ହେଲା ମୁଁ କିଛି ଜାଣିନି। ମୁଁ ଜାଣିବାରେ ପୁଅ ସେପରି କିଛି କରିନି। ମୁଁ କୌଣସି ଦଳରେ ନାହିଁ, ନିର୍ବାଚନମଣ୍ଡଳୀର ସ୍ବାର୍ଥ ପାଇଁ କାମ କରୁଛି ବୋଲି ସେ କହିଛନ୍ତି।
ପ୍ରକାଶ ଯେ,ଦଳ ବିରୋଧି କାର୍ଯ୍ୟ ଲାଗି ବିଜେଡିରୁ ୨ ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ କରାଯାଇଛି। ଭଲ ଭାବେ ଅନୁଧ୍ୟାନ ସହ ନୀତି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ଦୁହେଁ।
ଅରବିନ୍ଦ କହିଛନ୍ତି ଯେ, ମୁଁ ଜାଣିନି କାହିଁକି ମୋ’ ଉପରେ ଆକ୍ସନ ନିଆଯାଇଛି। କାହା ସହ ମୋର ମନ୍ତାନ୍ତର ନ ଥିଲା। ମୁଁ କୌଣସି ଦଳ ବିରୋଧୀ କାମ କରିନି। ମୁଁ ଦଳକୁ ଅସୁବିଧାରେ ପକାଇବା ଭଳି ବୟାନ ମଧ୍ୟ ଦେଇ ନାହିଁ। ମୋ’ ବାପା ସ୍ବତନ୍ତ୍ର, ସେ ଜଣେ ପରିଚିତ ନେତା। ସେ ମୋ’ କାମରେ ମୁଣ୍ଡ ପୁରାନ୍ତି ନାହିଁ।  ସେ ଯାହା କରିବେ ତାଙ୍କ ବ୍ୟାପାର। କାର୍ଯ୍ୟାନୁଷ୍ଠାନ କ’ଣ ପାଇଁ ନିଆଯାଇଛି ସେ ବିଷୟରେ ଜାଣିବା ପରେ ବିସ୍ତୁତ ପ୍ରତିକ୍ରିୟା ଗଣମାଧ୍ୟମରେ ରଖିବି ବୋଲି ସେ କହିଛନ୍ତି।
ସେହିଭଳି ସନାତନ କହିଛନ୍ତି ଯେ, ମୁଁ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନାହିଁ। ୧୩ ତାରିଖ ମିଟିଂରେ ମୁଁ ନବୀନଙ୍କ ନାଁ ନେଇନି, ବିରୋଧରେ ମଧ୍ୟ କିଛି କହିନି। ବିଜେଡି ସମୟରେ କେନ୍ଦୁଝର ବିକାଶ ହୋଇନି କହିଥିଲି। ଯଦି ଏତିକିରେ ସସପେଣ୍ଡ କରିବେ ତାହେଲେ ମୁଁ କିଛି କହିପାରିବିନି। ସସପେଣ୍ଡ କରିବା ପୂର୍ବରୁ ଡାକିଥିଲେ ନିଶ୍ଚିତ ଯାଇଥାନ୍ତି। ସସପେଣ୍ଡ କରିବା ପରେ ସଭାପତିଙ୍କୁ ଦେଖା କରିବା ଠିକ ହେବନି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri