Categories: ଗଞ୍ଜାମ

ପୋଖରୀରେ ବୁଡ଼ି ବିଜୟଙ୍କ ମୃତ୍ୟୁ

ପୋଲସରା,୧୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ଢୁଙ୍କାପଡା ଗ୍ରାମର ଜଣେ ବ୍ୟକ୍ତି ସୋମବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସେହିପରି ଗ୍ରାମର ବିଜୟ ପ୍ରଧାନ।
ସୂଚନାଯୋଗ୍ୟ ଯେ, ବିଜୟ ରାତି ସମୟରେ ପୋଖରୀକୁ ଶୌଚ ହେବା ଲାଗି ଯାଇଥିଲେ, କୌଣସି କାରଣରୁ ଗୋଡ଼ ଖସିଯିବାରୁ ପାଣି ଭିତରେ ଗୋଡ଼ ଫସିଯାଇଥିଲା। ଆଉ ସେ ପାଣି ଭିତରୁ ବାହାରିପାରି ନ ଥିଲେ । ସେଠାରେ ହିଁ ବିଜୟଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ୧୦୮ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଉଭୟ ଗାଡି ଆସିଥିଲା । ୧୦୮ ଯୋଗେ ପୂର୍ବତନ ସରପଞ୍ଚ ପ୍ରତିନିଧି ବସନ୍ତ ଜେନା, ପୂର୍ବତନ ସମିତି ସଭ୍ୟ ବିଦ୍ୟାଧର ଭୂୟାଁ ଓ ଗ୍ରାମର ଯୁବଗୋଷ୍ଠୀଙ୍କ ସହଯୋଗରେ ପୋଲସରା ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଖବର ପାଇ ପୋଲସରା ମେଡିକାଲରେ ପହଞ୍ଚି ୫/୨୩ରେ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇଛି ।