ଏକ ନୁହେଁ ବଲିଉଡର କିଛି ଅଫରକୁ ରିଜେକ୍ଟ କରିଛନ୍ତି ବିଜୟ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ତାଙ୍କ ବଲିଉଡ ଡେବ୍ୟୁକୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ । ତାଙ୍କର ବଲିଉଡ ଡେବ୍ୟୁକୁ ନେଇ ପ୍ରଶଂସକ ଖୁବ୍ ଖୁସି ଅଛନ୍ତି । ଅନେକ ଦିନ ହେବ ତାଙ୍କ ପ୍ରଶଂସକ ବିଜୟଙ୍କୁ ବଲିଉଡରେ ଦେଖିବାକୁ ଚାହୁଁଥିବା ବେଳେ ଏବେ ଏହା ପୂରଣ ହେବାକୁ ଯାଉଛି । ଏବେ ଚର୍ଚ୍ଚା ହେଉଛି କି ବହୁ ପୂର୍ବରୁ ବିଜୟ ଦେବରକୋଣ୍ଡା ଗୋଟିଏ ନୁହେଁ ବରଂ ଅନେକ ବଲିଉଡ ଅଫରକୁ ରିଜେକ୍ଟ କରି ଦେଇଛନ୍ତି । ହେଲେ ଏବେ ସେ ଫିଲ୍ମ ‘ଲାଇଗର’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ମୁଭିଟି ରିଲିଜ୍ ହେବା ପୂର୍ବରୁ ଏହାକୁ ଭଲ ରେସପନ୍ସ ମିଳିଥିବା କୁହାଯାଉଛି ।
ସୂଚନାଯୋଗ୍ୟ, ‘ଲାଇଗର’ ଷ୍ଟାର ବିଜୟଙ୍କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ରହିଛି । ଆଉ ଏହାକୁ ଦେଖି ବିଜୟଙ୍କ ସହ ସିନେମା କରିବାକୁ କେତେଜଣ ବଲିଉଡ ଫିଲ୍ମମେକର ଇଚ୍ଛା ପ୍ରକାଶ କରିଛନ୍ତି । ହେଲେ ବିଜୟ ସବୁ ଅଫରକୁ ରିଜେକ୍ଟ କରିଦେଇଛନ୍ତି । ଗଣମାଧ୍ୟମର ସୂଚନା ଅନୁଯାୟୀ, ବିଜୟ ଦେବରକୋଣ୍ଡାଙ୍କୁ କିଛି ବଲିଉଡ ଅଫର ମିଳିଥିଲେ ବି ସେ ଏହାକୁ ବିନମ୍ରତାର ସହ ରିଜେକ୍ଟ କରିଛନ୍ତି ।
କୁହାଯାଉଛି କି ‘ଲାଇଗର’ ରିଲିଜ୍ ହେବା ପରେ ଯାଇ ବିଜୟ କୁଆଡେ ଅନ୍ୟ ପ୍ରୋଜେକ୍ଟ କଥା ଚିନ୍ତା କରିବେ । ସେ ‘ଲାଇଗର’କୁ ନେଇ ଦର୍ଶକଙ୍କ ରେସପନ୍ସକୁ ଅପେକ୍ଷା କରିଛନ୍ତି । ଏହାପରେ ଯାଇ ସେ ପୁଣିଥରେ ବଲିଉଡରେ କାମ କରିବେ କି ନାହିଁ ଚିନ୍ତା କରିବେ । ତେବେ ‘ଲାଇଗର’କୁ ଦେଖି ଲାଗୁଛି ଦର୍ଶକେ ଏହାକୁ ଖୁବ୍ ପସନ୍ଦ କରିବେ ।

Share