ବିଜୟ ସରକାରର ୧୦୦ ଦିନ ପୂର୍ତ୍ତିରେ ରଜନୀକାନ୍ତଙ୍କ ‘ସାଇଲେଣ୍ଟ ମୋଡ’, ପ୍ରଶ୍ନ ଶୁଣି ଏମିତି ଦେଲେ ରିଆକ୍ସନ

ଚେନ୍ନାଇ,୨୬।୮: ଥଲାପତି ବିଜୟ ମେ’ ୧୦ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ତାମିଲନାଡୁରେ ସରକାର ଗଠନକୁ ନେଇ ରହିଥିବା ସସ୍ପେନ୍ସର ଅନ୍ତ ଘଟାଇ, ନିଜ ଦଳ ସରକାର ଗଠନ ପାଇଁ ଆବଶ୍ୟକ ବହୁମତ ହାସଲ କରିବା ପରେ ବିଜୟ ଲୋକ ଭବନରେ ତାମିଲନାଡୁର ରାଜ୍ୟପାଳ ଆର.ଭି. ଅର୍ଲେକରଙ୍କୁ ଭେଟିଥିଲେ। ସିଏମ ବିଜୟଙ୍କ ସରକାରକୁ ୧୦୦ ଦିନ ପୂରିଛି। ଅଗଷ୍ଟ ୧୭ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ୧୦୦ ଦିନ ପୂରଣ ହୋଇଥିଲା। ତାମିଲନାଡୁ ସରକାରର ୧୦୦ ଦିନ ପୂରଣ ହେବା ନେଇ ସୁପରଷ୍ଟାର ରଜନୀକାନ୍ତଙ୍କୁ ପ୍ରଶ୍ନ କରାଯିବାରୁ ସେ କିଛି ନକହି ସେଠାରୁ ଚାଲିଯାଇଥିଲେ।

ମଙ୍ଗଳବାର, ଅଗଷ୍ଟ ୨୫ ତାରିଖରେ ରଜନୀକାନ୍ତ ହାଇଦ୍ରାବାଦ ବିମାନବନ୍ଦରରେ ନଜର ଆସିଥିଲେ। ତାଙ୍କର ବିମାନବନ୍ଦରରୁ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ରଜନୀକାନ୍ତ ବିମାନବନ୍ଦରରେ ପ୍ରବେଶ କରିବା ମାତ୍ରେ ସେଠାରେ ଅନେକ ଖବରଦାତା ଉପସ୍ଥିତ ଥିବା ଦେଖାଯାଉଛି। ସେମାନଙ୍କ ମଧ୍ୟରୁ ଜଣେଖବରଦାତା ତାଙ୍କୁ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ବିଜୟଙ୍କ ୧୦୦ ଦିନ ପୂରଣ ହେବା ସମ୍ପର୍କରେ ପ୍ରଶ୍ନ କରିଥିଲେ। ହେଲେ ରଜନୀକାନ୍ତ ଏହାର କୌଣସି ଉତ୍ତର ଦେଇନଥିଲେ। ସେ କେବଳ ହସିଥିଲେ ଏବଂ ନିଜ କାର୍‌ରେ ବସି ସେଠାରୁ ଚାଲିଯାଇଥିଲେ।

Odisha’s No.1 Odia Daily

 

Share