Categories: ଖେଳ

ବିଶ୍ୱକପ ଫାଇନାଲ ପାଇଁ ଜୋରଦାର ପ୍ରସ୍ତୁତି, ଷ୍ଟାଡିୟମରେ ମୋଦିଙ୍କ ସହ ନଜର ଆସିପାରନ୍ତି ଧୋନି, ମ୍ୟାଚ ପୂର୍ବରୁ ଏୟାର ଶୋ’

ଅହମଦାବାଦ,୧୭।୧୧: ଚଳିତ ବର୍ଷ ବିଶ୍ୱକପ ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପ୍ରବେଶ କରିଛି। ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆ ପ୍ରବେଶ କରିବ। ଏହି ମ୍ୟାଚକୁ ଭବ୍ୟ କରିବାକୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ପହଞ୍ଚି ପାରନ୍ତି ବୋଲି କୁହାଯାଉଛି। ଏହାସହ ଇଣ୍ଡିଆ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ମଧ୍ୟ ମ୍ୟାଚ ଦେଖିବାକୁ ଯାଇପାରନ୍ତି। ତାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ୨୦୧୧ରେ ବିଶ୍ୱକପ ଜିତିଥିଲା।

ଷ୍ଟାଡିୟମରେ ପ୍ରାୟ ୧.୨୫ ଲକ୍ଷ ଦର୍ଶକଙ୍କ ସମର୍ଥନ ଭାରତୀୟ ଦଳ ପାଇବ। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଅହମ୍ମଦାବାଦ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖିବାକୁ ମିଳିଥିଲା। ପ୍ରଥମ ଥର ପାଇଁ ଏଠାରେ ବିଶ୍ୱକପ ଫାଇନାଲ ଆୟୋଜିତ ହେବ।
ଫାଇନାଲ ପୂର୍ବରୁ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଦଳ ଦ୍ୱାରା ଏକ ଏରିଏଲ ସୋ ଆୟୋଜିତ ହେବ। ଜନସମ୍ପର୍କ ଅଧିକାରୀ ଅଫ ଆର୍ମି (ଗୁଜୁରାଟ) ଏହା କହିଛି ଯେ ଫାଇନାଲ ପୂର୍ବରୁ ସୂର୍ଯ୍ୟକିରଣଙ୍କ ଏରୋବ୍ୟାଟିକ ଟିମ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କୁ ୧୦ ମିନିଟ ପାଇଁ ଆକ୍ରୋବାଟିକ୍ସ ସହିତ ଆକର୍ଷିତ କରିବ। ଏୟାର ଶୋ’ ପାଇଁ ଡ୍ରେସ ରିହର୍ସାଲ ଶୁକ୍ରବାର ଏବଂ ଶନିବାର ଅନୁଷ୍ଠିତ ହେବ । ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଦଳ ନଅଟି ବିମାନକୁ ନେଇ ଗଠିତ, ଯାହା ସାରା ଦେଶରେ ଅନେକ ଏୟାର ଶୋ ପ୍ରଦର୍ଶନ କରିଛି।

Share