ମାନସିକ ଅନଗ୍ରସର ଆବାସିକ ବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ

ଛତ୍ରପୁର,୨୦ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଥିବା ‘ସମର୍ଥ’ ମାନସିକ ଅନଗ୍ରସର ଆବାସିକ ବିଦ୍ୟାଳୟରେ ଭିଜିଲାନ୍ସ ଟିମ୍‌ ବୁଧବାର ଚଢ଼ାଉ କରିଛି। ଆଜି ଅପରାହ୍ନରେ ବ୍ରହ୍ମପୁର ଭିଜିଲାନ୍ସର ୫ ଜଣିଆ ଟିମ୍‌ ସମର୍ଥ ଶିକ୍ଷାନୁଷ୍ଠାନରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ସୂଚନାଥାଉକି, ସମର୍ଥ ଶିକ୍ଷାନୁଷ୍ଠାନର ସମ୍ପାଦକଙ୍କ ନାଁରେ ପୂର୍ବରୁ ବିଭିନ୍ନ ଅର୍ଥ ହଡ଼ପ ଅଭିଯୋଗ ଆସିଥିବା ବେଳେ ଆଜି ଭିଜିଲାନ୍ସ ଟିମ୍‌ ପହଞ୍ଚି ସେଗୁଡ଼ିକର ତଦନ୍ତ ଆରମ୍ଭ କରିଛି। ଚଳିତ ମାସ ୪ ତାରିଖରେ ଅନୁଷ୍ଠାନରେ ଥିବା ୧୧୪ଜଣ ପିଲାଙ୍କ ଅର୍ଥ ହଡ଼ପ କରାଯାଇଥିବା ନେଇ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା। ଏହାସହିତ ଶାରୀରିକ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ଅଣାଯାଇଥିଲା। ଏହା ସହ ଅର୍ଥ ହଡ଼ପ କରାଯାଇଥିବା ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରାଯାଇଥିଲା। ଫଳରେ ଆଜି ଭିଜିଲାନ୍ସ ଟିମ୍‌ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।