ଭିଜିଲାନ୍ସ ଜାଲରେ ଅଧ୍ୟାପକ

ପାରଳାଖେମୁଣ୍ଡି,୧୯ା୧୦(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡିର ରାଧାଗୋବିନ୍ଦ ନଗରସ୍ଥିତ ଅଧ୍ୟାପକ ଜି. ନାଗେଶ୍ୱରଙ୍କ ବାସଭବନରେ ସୋମବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଏକାସାଙ୍ଗରେ ୬ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି। ବଡ଼ବ୍ରାହ୍ମଣ ସାହି, ବେତାଗୁଡ଼ା, ଚୁପୁରୁପଲ୍ଲୀ ସମେତ ତାଙ୍କ ପୈତୃକ ଘର ଆନ୍ଧ୍ରପ୍ରଦେଶରେ ମଧ୍ୟ ଚଢ଼ାଉ ଚାଲିଛି। ଚଢ଼ାଉ ସରିଲେ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।

ସୂଚନାଯୋଗ୍ୟ, ନାଗେଶ୍ୱର ବର୍ତ୍ତମାନ ଗଜପତି ଜିଲା ଗୁରାଣ୍ଡିସ୍ଥିତ ମୀନକେତନ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି।