ସ୍ପେଶାଲ ପ୍ଲାନିଂ ଅଫିସ ଟ୍ରେସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୨୧ା୧୨-ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଟିମ୍‌ ବଲାଙ୍ଗୀର ସ୍ପେଶାଲ ପ୍ଳାନିଂ ଅଫିସର ଟ୍ରେସର(ନକ୍ସା ଅଙ୍କନକାରୀ)ଜୀବଦୀଶ ପାତ୍ରଙ୍କ ଘର ଓ ଅଫିସରେ ସୋମବାର ଚଢ଼ାଉ କରିଥିଲା। ଭିଜିଲାନ୍ସ ଟିମ୍‌ ପାତ୍ରଙ୍କ ବଲାଙ୍ଗୀର ସହର ଆଦର୍ଶପଡାସ୍ଥିତ ଘର, ଭାଇଙ୍କ ଘର, କଲେଜ ଛକରେ ଥିବା ସ୍ପେଶାଲ ପ୍ଳାନିଂ ଅଫିସ ଓ ପୁଇଁତଲା ଥାନା ଅନ୍ତର୍ଗତ ତାଙ୍କ ପୈତୃକ ଗ୍ରାମରେ ଏକକାଳୀନ ଚଢ଼ଉ କରିଥିଲା ା ପାତ୍ରଙ୍କ ବ୍ୟାଙ୍କ, ବୀମା, ଘର, ଆସବାବପତ୍ର ଓ ଅନ୍ୟ ସମ୍ପତ୍ତି ଆକଳନ କରାଯାଇଥିଲା। ତଦନ୍ତରୁ ପାତ୍ରଙ୍କ ପ୍ରାୟ ୯୨ଲକ୍ଷ ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ରହିଥିବା ଜଣାପଡିଥିଲା। ସମ୍ବଲପୁର ଭିଜିଲାନ୍ସ ଡିଏସ୍‌ପି ଦାଶରଥୀ ସେଠୀ, ବଲାଙ୍ଗୀର ଭିଜିଲାନ୍ସ ଡିଏସ୍‌ପି କାଦମ୍ବିନୀ ସାମଲ, ଇନ୍ସପେକ୍ଟର ସଦାନନ୍ଦ ପାଣି, ତପସ୍ବିନୀ ସେଠୀଙ୍କ ସହ ବଲାଙ୍ଗୀର, ସୋନପୁର ଓ ସମ୍ବଲପୁର ଭିଜିଲାନ୍ସ ଟିମ୍‌ର ଅଧିକାରୀ ଓ କର୍ମଚାରୀ ଚଢାଉରେ ସାମିଲ ଥିଲେ।