କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ପାରଳାଖେମୁଣ୍ଡି,୨।୩(ଡି.ଏନ.ଏ)-ଗଜପତି ଜିଲା ରାୟଗଡ଼ା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ କେ.ନାଗେଶ୍ବର ସେନାପତିଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ ହୋଇଛି। ଆୟବର୍ହିଭୁତ ସମ୍ପର୍ଭ ଠୁଳ ଅଭିଯୋଗରେ ଆଜି ଭୋରରୁ ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ଭିଜିଲାନ୍ସର ମିଳିତ ଚଢାଉ ଜାରି ରହିଛି । ଭିଜିଲାନ୍ସ ବିଭାଗର ୬ ଗୋଟି ଟିମ ପାରଳାଖେମୁଣ୍ଡିସ୍ଥିତ ଜଗନ୍ନାଥ ବିହାରଠାରେ କେ.ନାଗେଶ୍ବର ସେନାପତିଙ୍କ ବାସଭବନ, ବ୍ରହ୍ମପୁରସ୍ଥିତ ଶଳାଘର, ଆସିକାସ୍ଥିତ ପୈତୃକ ବାସ ଭବନ, ରାୟଗଡ଼ ସରକାରୀ ବାସଭବନ ଓ ଅଫିସ ସମେତ ଛଅମାଇଲଠାରେ ଚଢାଉ ହୋଇଛି। ପାର୍ଟନରସିପରେ ଚାଲିଥିବା ଇଟାଫ୍ୟାକ୍ଟ୍ରି ଉପରେ ଭିଜିଲାନ୍ସ ବ୍ରହ୍ମପୁର ଓ ପାରଳାଖେମୁଣ୍ଡିର ଭିଜିଲାନ୍ସ ଟିମ ଚଢାଉ ଜାରି ରଖିଛି ।