କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଅନୁଗୋଳ,୩୧।୧: ତାଳଚେର ବ୍ଲକର କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ କରିଛିି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ୪ଟି ଜାଗାରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଛି। ବିରଞ୍ଚିଙ୍କ କୁମଣ୍ଡସ୍ଥିତ ବାସଭବନ, ଅମ୍ବାପାଳସ୍ଥିତ ଘର, ତାଳଚେର ବ୍ଲକ ଅଫିସ, ମେରାମୁଣ୍ଡଳୀସ୍ଥିତ ଶ୍ୱଶୁର ଘର, ତାଳଚେର ବିଡିଓ ଅଫିସରେ ଥିବା ତାଙ୍କ ଚାମ୍ବରରେ ଏକକାଳୀନ ଚଢ଼ାଉ କରାଯାଇଛି।
ସୂଚନା ଅନୁଯାୟୀ, ଅନୁଗୋଳ ସହ କଟକ, କେନ୍ଦ୍ରାପଡା, ଜଗତ୍‌ସିଂହପୁରର ଭିଜିଲାନ୍ସ ଟିମ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ତେବେ ଏହି ଚଢ଼ାଉରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭିଜିଲାନ୍ସ ଟିମ ହାସଲ କରିଛି। ୨୦୧୦ରେ ବିରଞ୍ଚି ଚୁକ୍ତିଭିତ୍ତିକ କନିଷ୍ଠ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ। ୨୦୧୫ ଯାଏ ଚୁକ୍ତିଭିତ୍ତିକ ଆଧାରରେ ସେ ମାସିକ ୧୨,୫୦୦ ଟଙ୍କା ପାଉଥିଲେ। ପରେ ସେ ନିୟମିତ ନିଯୁକ୍ତି ପାଇଥିଲେ। ନିଜର ଚାକିରି କାଳ ଭିତରେ ତାଙ୍କର ଆୟ ୩୯ ଲକ୍ଷ ଟଙ୍କା ହୋଇଛି। ପ୍ରାଥମିକ ଆକଳନରୁ ତାଙ୍କର ଅଲଗା ଅଲଗା ଆକାଉଣ୍ଟରେ ଏଫ୍‌ଡି ଓ ଅନ୍ୟ ଡିପୋଜିଟ ଆକାରରେ ମୋଟ ୯୬,୯୦,୧୯୩ ଟଙ୍କା ଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୪୬ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଜମା, ୫୦ ଲକ୍ଷରୁ ଅଧିକ ଟଙ୍କାର ସଞ୍ଚୟ ଜମା ଥିବା ଜଣାପଡିଛି। ଏହାସହ ଗୋଟିଏ ୨ ମହଲା କୋଠା, ଅନ୍ୟ ଏକ ବିଲ୍ଡିଂ, ଗୋଟିଏ କାର ଏବଂ ୫ଟି ବାଇକ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ୁ ଧରିଲେ ବିଡିଓ: ସ୍ବଚ୍ଛ ଦାରିଙ୍ଗବାଡି ପାଇଁ ପ୍ରୟାସ

ଦାରିଙ୍ଗବାଡି,୨୬।୩(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନକ୍ଷେତ୍ରକୁ ବିଶ୍ୱସ୍ତରୀୟ କରାଯିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ଗୋଟିଏ ସପ୍ତାହରେ ପୁଣି ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡିକୁ ସ୍ବଚ୍ଛ ଓ ସୁନ୍ଦର…

ପ୍ରଥମେ ସହରରେ ଏଲପିଜି ଗ୍ୟାସ ସିଲିଣ୍ଡର ମିଳିବ ନା ଗାଁରେ, ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୬।୩: ଆଜିକାଲି ଲୋକଙ୍କ ମନରେ ଏକ ପ୍ରମୁଖ ପ୍ରଶ୍ନ ହେଉଛି ଯେ ସେମାନେ ପ୍ରଥମେ ସହରରେ ପ୍ରଥମେ ସିଲିଣ୍ଡର ପାଇବେ ନା ଗ୍ରାମାଞ୍ଚଳରେ। ବର୍ଦ୍ଧିତ ଚାହିଦା ଏବଂ…

ଯୁବକଙ୍କ ପାଇଁ ନାକେଦମ ହେଲାଣି ପୋଲିସ-ଦମକଳ ବାହିନୀ: ଟାଓ୍ବାର ଉପରକୁ ଚଢିଯିବାରୁ…

ମୋରଡା,୨୬।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବକଙ୍କ ପାଇଁ ପୋଲିସ ଓ଼ ଦମକଳ ବାହିନୀକୁ ନାକେଦମ…

ପୁଣିଥରେ ହେବ କି ୱାର୍କ ଫ୍ରମ୍ ହୋମ୍ ଏବଂ ସ୍କୁଲ ସଟ୍ ଡାଉନ? ଏପରି କିଛି କହିଦେଲେ ବିଶେଷଜ୍ଞ, ସମସ୍ତେ କାବା..

ନୂଆଦିଲ୍ଲୀ,୨୬।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି। ଏହା ବିଶ୍ୱର ଶକ୍ତି ଯୋଗାଣ ଏବଂ ଇନ୍ଧନ…

ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ଜଗିବେ ୧୬ ପ୍ଲାଟୁନ ପୋଲିସ ଫୋର୍ସ

ପୁରୁଣା ଭୁବନେଶ୍ୱର,୨୬ା୩(ସୁବାସ ଚନ୍ଦ୍ର ପ୍ରଧାନ):ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଗୁରୁବାର ଅନୁଷ୍ଠିତ ହେବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଏସଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୫ଟି ସ୍ଥାନରେ ଚାଲିଛି ତନାଘନା

ଭଞ୍ଜନଗର,୨୬୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ଭାରତ ସମେତ ଏହି ୫ଦେଶକୁ ଇରାନ କହିଲା ଭଲ ବନ୍ଧୁ, ଯୁଦ୍ଧ ଭିତରେ କରିଦେଲା ବଡ଼ ଘୋଷଣା, ଟ୍ରମ୍ପ ଶୁଣି ଛାନିଆ!

ତେହରାନ,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦର ୨୭ତମ ଦିନରେ, ଇରାନ ଏକ ଆଶ୍ୱସ୍ତିକର ଖବର ଦେଇଛି। ଇରାନର ଉପ-ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ଘୋଷଣା କରିଛନ୍ତି ଯେ ଭାରତ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri