Categories: ଖେଳ

କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ: ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ

ଧର୍ମଶାଳା,୧୨।୧୧:(ଡି.ଏନ.ଏ.) ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ କର୍ମଚାରୀ। ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଧର୍ମଶାଳା ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ ରତ୍ନାକର ମହାନ୍ତିଙ୍କ ବାସଭବନରେ ଭିଜିଲାନ୍ସ ବିଭାଗର ଚଢାଉ କରିଛି। ଗୁରୁବାର ସକାଳୁ ଯାଜପୁର ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଧର୍ମଶାଳାର ଚହଟା ଗାଁରେ ଥିବା ଘର ସହ ଜାରକା, ଶ୍ୱଶୁର ଘର ଚାନ୍ଦପୁର ଭଳି ୭ଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି। ଚଢାଉ ସମୟରେ ଚହଟା ସ୍ଥିତ ବାସଭବନରୁ ନଗଦ ୮ ରୁ ଲକ୍ଷ ଟଙ୍କା, ୩ ଶହ ଗ୍ରାମର ସୁନା, ରୂପା ଅଳଙ୍କାର ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଏଥିସହ ବହୁ ୍ଯଯାଙ୍କ ପାସ ବୁକ୍‌, ଜମିଜମା ସଂକ୍ରାନ୍ତୀୟ କାଗଜପତ୍ର ମଧ୍ୟ ଜବତ କରିଛି ଭିଜିଲାନ୍ସ ବିଭାଗ। ଜାରକାର ଏକାଧିକ ସ୍ଥାନରେ ଥିବା ବାସଭବନ ଗୁଡିକରେ ମଧ୍ୟ ଚଢାଉ ଜାରି ରହିଛି। କଟକ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଟିମ୍‌ ଏହି ଚଢାଉ ଜାରି ରଖିଛନ୍ତି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା କେନ୍ଦ୍ରାପଡା ଭିଜିଲାନ୍ସ ଡିଏସପି ସୁରେନ୍ଦ୍ରନାଥ ରାୟଗୁରୁ କହିଛନ୍ତି।

Share