ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ପଦ୍ମପୁର,୯।୧୨(ଡି.ଏନ୍‌.ଏ.): ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ଦହିତା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ଇଓ) ପୁରନ୍ଦର ସାହୁଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦହିତା ପଞ୍ଚାୟତ ଅଫିସ ଏବଂ ଇଓ ସାହୁଙ୍କ ପଦ୍ମପୁରସ୍ଥିତ ବାସଭବନରେ ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ପରମେଶ୍ବର କିଶାନଙ୍କ ତତ୍ତ୍ବାବଧାନରେ ଏକାଳୀନ ଏହି ଚଢାଉ ଚାଲିଛି। ଚଢାଉ ଜାରି ରହିଥିବା ଯୋଗୁ ସାହୁଙ୍କ ସମୁଦାୟ ସମ୍ପତ୍ତିର ଆକଳନ କରାଯାଇ ନାହିଁ।