କନିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କେନ୍ଦୁଝର,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଂଶପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଗଙ୍ଗାଧର ସାହୁଙ୍କ ଘରେ ବୁଧବାର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି। ଏକକାଳୀନ କେନ୍ଦୁଝର, ତେଲକୋଇ ସମେତ ବିଭିନ୍ନ ସ୍ଥାନରେ ଥିବା ତାଙ୍କ ୫ଟି ଘର ଉପରେ ଚଢ଼ାଉ ଜାରି ରହିଛି।