ଜଗତ୍ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା।
ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି। ଜଗତସିଂହପୁର ସହରରେ ୨ଟି ଓ କଟକ ସହର ବାହାରେ ଗୋଟିଏ ପ୍ଲଟ ଠାବ କରାଯାଇଛି। ଜଗତସିଂହପୁରରେ ଗୋଟିଏ ୩ ମହଲା ଓ ଗୋଟିଏ ୨ ମହଲା କୋଠା ଠାବ ହୋଇଛି। ସାଢ଼େ ୩ ଲକ୍ଷର ନଗଦ ଟଙ୍କା, ୨ ଶହ ଗ୍ରାମ ସୁନା ଅଳଙ୍କାର ଠାବ ହୋଇଥିବା ବେଳେ ଗୋଟିଏ ଚାରି ଚକିଆ ଓ ୨ଟି ଦୁଇ ଚକିଆ ଯାନ ମଧ୍ୟ ମିଳିଛି।


