ଯନ୍ତ୍ରୀଙ୍କୁ ଭିଜିଲାନ୍ସର ଜେରା

ଭୁବନେଶ୍ବର,୯।୪(ବ୍ୟୁରୋ): ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ଯନ୍ତ୍ରୀଙ୍କୁ ଜେରା କରୁଛି ଭିଜିଲାନ୍ସ। କାର୍ତ୍ତିକେଶ୍ବରଙ୍କ ସହ ତାଙ୍କ ସ୍ତ୍ରୀ, ଶାଳୀ ଏବଂ ପୁତୁରାକୁ ମଧ୍ୟ ଅଟକ ରଖି ଭିଜିଲାନ୍ସ ପଚରାଉଚରା କରୁଛି। କାର୍ତ୍ତିକେଶ୍ବରଙ୍କ ଟଙ୍କା କାରବାରରେ ପୁତୁରାଙ୍କ ଭୂମିକା ଥିବା କୁହାଯାଉଛି।
ବୁଧବାର ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ ପରେ ତାଙ୍କ ନିକଟରୁ ବିପୁଳ ପରିମାଣରେ ଆୟ ବର୍ହିଭୂତ ସମ୍ପତ୍ତି ଠାବ ହେବାରେ ଲାଗିଛି। ଶନିବାର ସାଲିଆସାହି ସ୍ଥିତ ଘରୁ ନଗଦ ୧ କୋଟି ୪୧ ଲକ୍ଷ ୬୨ ହଜାର ସହ ୩୫୪ ଗ୍ରାମ୍‌ ସୁନା ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ଯନ୍ତ୍ରୀଙ୍କ ଘରୁ ନଗଦ ୩ କୋଟି ୪୧ ଲକ୍ଷ ୬୬ ହଜାର ଟଙ୍କା ଜବତ କରାଯାଇଛି।