ଜନ୍ମ-ମୃତ୍ୟୁ ପଞ୍ଜିକରଣ ପାଇଁ ଚଞ୍ଚକତା:କାର୍ଯ୍ୟାଳୟକୁ ଘେରିଲେ ଓକିଲ ସଙ୍ଘ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଥିବା ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ କାର୍ଯ୍ୟାଳୟରେ ଉତ୍କୋଚ ପାଇଁ ଚଞ୍ଚକତା କରାଯାଉଛି। ଏହାକୁ ନେଇ ମଙ୍ଗଳବାର ଦାରିଙ୍ଗବାଡି ଓକିଲ ସଙ୍ଘ ପକ୍ଷରୁ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ମିଳୁଥିବା କାର୍ଯ୍ୟାଳୟକୁ ଘେରିଥିଲେ। ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଯାଇଥିଲା। ଓକିଲଙ୍କ ଅଭିଯୋଗ ରହିଥିଲା ଯେ, ଉକ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀଙ୍କ ମନମୁଖୀ କାର୍ଯ୍ୟକଳାପ ସହ ଜନ୍ମ ପ୍ରମାଣ ପତ୍ର ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ ନିଜେ ପ୍ରସ୍ତୁତ କରି ହିତାଧିକାରୀଙ୍କୁ ଅଧିକା ଟଙ୍କା ଦାବି କରିବା ଯିଏ ଟଙ୍କା ଦେଲା ତାର ପ୍ରମାଣପତ୍ର ଶୀଘ୍ର ଯୋଗାଇଦେବା ଯିଏ ଉତ୍କୋଚ ଦେଉନି ତାକୁ ବାରମ୍ବାର ଡକ୍ୟୁମେଣ୍ଟ ରିଜେକ୍ଟ କରାଇ ଦୌଡ଼ାଇବା ଏବଂ ଦାରିଙ୍ଗବାଡିରେ କୋର୍ଟ ରହିଥିଲେ ମଧ୍ୟ ବାହାରୁ ନୋଟାରୀ ଡକ୍ୟୁମେଣ୍ଟ ଆଣି ଏଠି ଶପଥ ପାଠ କରି ଅର୍ଥ ରୋଜଗାର କରିବା ଭଳି ଅଭିଯୋଗ କରିବା ସହ କିରାଣୀଙ୍କୁ ଓକିଲ ମାନେ ତାଲା ପକାଇଦେଇଥିଲେ ସମ୍ପୃକ୍ତ କିରାଣୀଙ୍କୁ ତୁରନ୍ତ ଏଠାରୁ ଅନ୍ୟତ୍ର ବଦଳି କରିବା ଦାବି ସହ ଗରିବ ଲୋକଙ୍କୁ ହଇରାଣ ନ କରିବା, ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଲୋକଙ୍କୁ ଖର୍ଚ୍ଚାନ୍ତ ନ କରାଇବା ଦାବି ଆଦି ରହିଥିଲା।
ଉତ୍ତେଜନା ଦେଖି ଘଟଣାସ୍ଥଳରେ ଗୋଷ୍ଠୀ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଜାକେଶ ସାମନ୍ତରାୟ ଆସି ଉତ୍ତ୍ୟକ୍ତ ଓକିଲ ସଙ୍ଘର ସଦସ୍ୟଙ୍କୁ ବୁଝାସୁଝା କରି ଏହାର ତଦନ୍ତ କରି ୧୫ ଦିନ ମଧ୍ୟରେ ପଦକ୍ଷେପ ନେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତଶ୍ରୁତି ଦେଇଥିଲେ। ପରେ ଓକିଲମାନେ ସେଠାରୁ ଫେରିଥିଲେ। ସଂଘର ବରିଷ୍ଠ ଓକିଲ ଉମେଶ କର,ସୁବର୍ଣ୍ଣ ବାଗସିଂ, ମନୋଜ କୁମାର ପଣ୍ଡା, ପ୍ରଦୀପ ବଳିୟାର ସିଂ,ଏଲିଆସ ମାଝୀ,ଇନ୍ଦ୍ରମଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଶୀଘ୍ର ସମ୍ପୃକ୍ତ କିରାଣୀଙ୍କୁ ବଦଳି କରା ନ ଗଲେ ଆଗାମୀ ଦିନରେ ଓକିଲ ସଙ୍ଘ ର ଆନ୍ଦୋଳନ ଆହୁରି ଶକ୍ତିଶାଳୀ ବିକ୍ଷୋଭ କରାଯିବ ବୋଲି ବରିଷ୍ଠ ଓକିଲ ଉମେଶ କରଙ୍କ ସମେତ ଅନ୍ୟମାନେ କହିଛନ୍ତି। ଏନେଇ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ଯୋଗାଇଦେବା ଦାୟିତ୍ୱରେ ଥିବା ଭିଏସ ଚନ୍ଦ୍ରଶେଖର ପରିଡା ଏବଂ ମନୋଜ କୁମାର ପ୍ରଧାନ କହିଛନ୍ତି,ସେଭଳି କୌଣସି ଉତ୍କୋଚ ନିଆଯାଉନାହିଁ ଅଭିଯୋଗରେ କୌଣସି ସତ୍ୟତା ନଥିବା ଓ ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ଇସ୍ୟୁ କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri