PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି।
ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ କରିଛି। ତେବେ ଆୟଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ଚଢାଉ ହୋଇଥିବା ଜଣାପଡିଛି। ସେ ଏକାଧିକ ପଞ୍ଚାୟତ ଦାୟିତ୍ୱରେ ରହିଥିବାବେଳେ ଏପରି ଚଢାଉକୁ ନେଇ ଭିଜିଲାନ୍ସ ଅଧିକାରୀମାନେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ତାଙ୍କର ଏକ ବ୍ୟବସାୟିକ ପ୍ରତିଷ୍ଠାନ ବ୍ଲକଠାରୁ ଅଳ୍ପ ଦୂରରେ ଅଛି। ଜିତେନ୍ଦ୍ର ଜେନା କହିଛନ୍ତି, ସେ କୌଣସି ପ୍ରକାର ବେନିୟମ କାର୍ଯ୍ୟରେ ସମ୍ପୃକ୍ତ ନାହାନ୍ତି, ସେ ସବୁପ୍ରକାର ତଦନ୍ତର ସାମ୍ନା କରିବେ। ଚଢାଉରେ ସାମିଲ ଥିବା ଅଧିକାରୀ କହିଛନ୍ତି, ତଦନ୍ତ ଜାରି ରହିଛି ଏବଂ ତଦନ୍ତ ସରିବା ପରେ ସବୁକିଛି ଜଣାପଡ଼ିବ।

ବାଲେଶ୍ୱର ଭିଜିଲାନ୍ସ ଟିମ୍‌ ଦ୍ୱାରା ଏହି ଚଢାଉ ହୋଇଛି। ପାଖାପାଖି ୪୦ ଜଣ କର୍ମଚାରୀ ଏହି ଚଢାଉରେ ସାମିଲ ହୋଇଛନ୍ତି। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଭିଜିଲାନ୍ସ ଜବତ କରିଛି। ପିଇଓଙ୍କ ନିଜ ଗ୍ରାମ ବନ୍ତଳା ବାସଭବନ ଏବଂ ମରେଇ ଗାଁ ସହ ବସନ୍ତିଆସ୍ଥିତ ବାସଭବନ, ବ୍ୟବସାୟ ପ୍ରତିଷ୍ଠାନରେ ଚଢାଉ କରିଛନ୍ତି। ଏଥିସହ ଦାୟିତ୍ୱ ନିର୍ବାହ କରୁଥିବା ୩ଟି ପଞ୍ଚାୟତକୁ ଯାଇ ତଦନ୍ତ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share