ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ । ଫିରିଙ୍ଗିମାଲ ଏବଂ ଗୌରେନମୁଣ୍ଡା ପଞ୍ଚାୟତର ଦାୟିତ୍ୱରେ ଥିବା ପିଇଓ କାର୍ତ୍ତିକେଶ୍ୱର ବେହେରାଙ୍କ ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି । ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍, ବରଗଡ଼ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ବିଭିନ୍ନ ୬ଟି ସ୍ଥାନରେ ରହିଥିବା ବାସଭବନରେ ଏକକାଳୀନ ଚଢାଉ କରି ତନାଘନା କରୁଛନ୍ତି।

ଗାଇସିଲେଟ ନିକଟ କନ୍ଦାଗଡ଼, ବାସଭବନ, ମାର୍କେଟ କମ୍ପ୍ଲେକ୍ସ, ଗୋଦାମ ଘର, ଗାଇସିଲେଟରେ ଥିବା ଚାରି ମହଲା ନିର୍ମାଣାଧୀନ କୋଠା, କନ୍ଦାଗଡ଼ରେ ଥିବା ପୈତୃକ ଘର ଏବଂ କାଟାବାହାଲ ଗ୍ରାମ ପଞ୍ଚାୟତରେ ଥିବା ତାଙ୍କ କାର୍ଯ୍ୟାଳୟ ଚାମ୍ବରରେ ଚଢାଉ ଜାରି ରହିଛି ।

 

Dharitri – Odisha’s No.1 Odia Daily

Share