ଦୁର୍ନୀତି ମାମଲାରେ ପଞ୍ଜାବର ପୂର୍ବତନ ମନ୍ତ୍ରୀ ଗିରଫ

ଚଣ୍ଡିଗଡ଼,୨୨।୮:ଏକ ଦୁର୍ନୀତି ମାମଲାରେ ଭିଜିଲାନ୍ସ ବ୍ୟୁରୋ ପଞ୍ଜାବର ପୂର୍ବତନ ମନ୍ତ୍ରୀ ଭରତ ଭୂଷଣ ଆଶୁଙ୍କୁ ଗିରଫ କରିଛି। ଭରତ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଥିବା ବେଳେ ଜାଲ୍‌ ରେଜିଷ୍ଟେଶନ ନମ୍ବର ଥିବା ଗାଡ଼ିଗୁଡ଼ିକୁ ଖାଦ୍ୟଶସ୍ୟ ପରିବହନ ଲାଗି ଟେଣ୍ଡରକୁ ମଞ୍ଜୁରୀ ଦେଇଥିଲେ। ଅନ୍ୟପକ୍ଷରେ ପଞ୍ଜାବର ଏଏପି ସରକାର ରାଜନୈତିକ ଷଡ଼ଯନ୍ତ୍ର ପାଇଁ ଭିଜିଲାନ୍ସ ବ୍ୟୁରୋର ଅପବ୍ୟବହାର କରୁଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।

Share