ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ସମ୍ବଲପୁର,୧୪।୨(ବ୍ୟୁରୋ): ସମ୍ବଲପୁରର ଜିଲାର ମୁଖ୍ୟ ଯନ୍ତ୍ରୀ ସୁନିଲ କୁମାର ପଣ୍ଡା ସୋମବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ଏକ କାଳୀନ ସମ୍ବଲପୁର ଓ ଖୋର୍ଦ୍ଧା ଜିଲାର ୪ଟି ସ୍ଥାନରେ ଚଢ଼ାଉ ଚାଲିଛି। ଚଢାଉରେ ୨ଜଣ ଡିଏସ୍‌ପି, ୯ ଇନସ୍ପେକ୍ଟର ଓ ୨ଜଣ ଏଏସଆଇ ସାମିଲ ହୋଇଛନ୍ତି । ସମ୍ବଲପୁର ଗ୍ରୀନ ପାର୍କର ଘର, ସମ୍ବଲପୁରର ପୈତୃକ ଘର, ଖଣ୍ଡଗିରି କସମୋପଲିସରେ ଥିବା ଫ୍ଲାଟ ଓ ଅଫିସରେ ଚଢାଉ ଜାରି ରହିଛି।