ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢାଉ, ଲାଞ୍ଚ ନେବାବେଳେ ପଡ଼ିଲେ ଧରା

ନୟାଗଡ଼,୩।୭(ଲୋକନାଥ ମିଶ୍ର):ଭିଜିଲାନ୍ସ ଜାଲରେ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ ଛନ୍ଦି ହୋଇ ପଡିଛନ୍ତି। ବାଲିଗାଡି ଛାଡିବା ପାଇଁ ଦଲାଲ ମାଧ୍ୟମରେ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଦଲାଲ ମୋହରି ପ୍ରସନ୍ନ ସାହୁଙ୍କୁ ନୟାଗଡ଼ ଭିଜିଲାନ୍ସ ଗିରଫ କରିଛି। ତେବେ ଧୋବେଇଙ୍କ ଭାପୁର ଏବଂ ଭୁବନେଶ୍ବରର ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି ।

ନୟାଗଡ ଜିଲା ସିଦ୍ଧାମୁଳା ନିକଟ ମହାନଦୀରୁ ବାଲି ବୋଝେଇକରି ହାଇୱା ଗାଡ଼ିରେ ବିଭିନ୍ନ ସ୍ଥାନକୁ ବେଆଇନ ଭାବେ ନିଆଯାଇଥାଏ । କୌଣସି କାରଣରୁ ଚନ୍ଦନ ଜେନାଙ୍କ ବାଲି ବୋଝେଇ ଗାଡ଼ିକୁ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ ଅଟକ ରଖିଥିଲେ । ଗାଡ଼ି ଛାଡିବା ପାଇଁ ତହସିଲଦାର ଗାଡିମାଲିକଙ୍କୁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ମଙ୍ଗଳବାର ରାତିରେ ଗାଡିମାଲିକଙ୍କ ଠାରୁ ଟଙ୍କା ନେଉଥିବାବେଳେ ପ୍ରସନ୍ନଙ୍କୁ ନୟାଗଡ ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା। ପ୍ରସନ୍ନ ତହସିଲଦାରଙ୍କ ପାଇଁ ଟଙ୍କା ନେଉଥିବା ସ୍ବୀକାର କରିବାପରେ ଭିଜିଲାନ୍ସ ଟିମ ଧୋବେଇ ନାୟକଙ୍କ ଭାପୁର ଏବଂ ଭୁବନେଶ୍ବର ଘରେ ଚଢ଼ାଉ ଜାରି ରଖିଥିବା ଜଣାପଡିଛି । ଚଢାଉରେ ନୟାଗଡ ଏବଂ ଭୁବନେଶ୍ବର ଭିଜିଲାନ୍ସ ଟିମ ସାମିଲ ଅଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

୨୮ ଯାଏ ଝଡ଼ବର୍ଷା: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୩ା୩ (ବନ୍ଦନା ସେଠୀ):ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଝଡ଼ବର୍ଷାର ପ୍ରଭାବ କମିଥିଲେ ହେଁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ରେଳ ଲାଇନ ପାର୍ ହେଉଥିବା ବେଳେ ମହିଳାଙ୍କୁ ପିଟିଦେଲା ଟ୍ରେନ, ତାପରେ…

କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି…

ବିନା ସୂଚନା ଫଳକରେ ବୁର୍ଡା-ସିଆଲବାହାଲି ରାସ୍ତା କାମ: ସାଧାରଣରେ ପ୍ରଶ୍ନବାଚୀ

ଲୋଇସିଂହା,୨୩।୩(ସୁଶାନ୍ତ ବାରିକ):ଗତ ୫ବର୍ଷ ପୂର୍ବେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ବୁର୍ଡା-୨୬ ନଂ ଜାତୀୟ ରାଜପଥରୁ ସିଆଲବାହାଲି ପର୍ଯ୍ୟନ୍ତ ରାସ୍ତା କାମ କରାଯାଇଥିଲା। ସେତେବେଳେ ନିମ୍ନମାନର କାମ…

ସରିଯିବ ତେଲ, ବଞ୍ଚିପାରିବେନି କୌଣସି ଦେଶ! ଯୁଦ୍ଧ ମଧ୍ୟରେ ବଡ଼ ଶକ୍ତି ସଙ୍କଟକୁ ନେଇ ଚେତାବନୀ ଦେଲେ IEA ମୁଖ୍ୟ

ତେହରାନ୍‌,୨୩।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମେଣ୍ଟ ମଧ୍ୟରେ ସଂଘର୍ଷ ପ୍ରାୟ ତିନି ସପ୍ତାହ ଧରି ଚାଲିଛି, କିନ୍ତୁ ବର୍ତ୍ତମାନ ଏହାର କୌଣସି ଅନ୍ତ ଦେଖାଯାଉନାହିଁ। ଏହି ସମୟରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri