ଭିଜିଲାନ୍ସ ଜାଲରେ ତହସିଲଦାର

ସୋନପୁର/ତରଭା,୧୬।୧୧(ନି.ପ୍ର./ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ତରଭା ତହସିଲଦାର ତଥା ଭାରପ୍ରାପ୍ତ ସବ୍‌ରେଜିଷ୍ଟ୍ରାର ସୁବ୍ରତ କୁମାର ବେହେରା ଭିଜିଲାନ୍ସ ଦ୍ୱାରା ସୋମବାର ଗିରଫ ହୋଇଛନ୍ତି। ମଙ୍ଗଳବାର ତାଙ୍କୁ ବଲାଙ୍ଗୀର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ। ବେହେରା ତରଭା ଥାନା ଘାଟକଇଁତରା ଅଞ୍ଚଳର କାହ୍ନୁଚରଣ ଦାଶଙ୍କ ଜମି ରେଜିଷ୍ଟ୍ରେସନ କରିବା ପାଇଁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କାହ୍ନୁଚରଣ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ସୋମବାର ରାତି ପ୍ରାୟ ୮ଟା୧୫ରେ ତହସିଲଦାର ନିଜ ସରକାରୀ ବାସଭବନରେ ଲାଞ୍ଚ ଟଙ୍କା ଗ୍ରହଣ କରିଥିଲେ। ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ତାଙ୍କୁ ଗିରଫ କରିଥିଲେ। ତାଙ୍କ ନିକଟରୁ ରାସାୟନିକ ପ୍ରଲେପ ଥିବା ୪୦ଖଣ୍ଡ ପାଞ୍ଚ ଶହ ଟଙ୍କିଆ ନୋଟ ଜବତ ହୋଇଛି। ସମ୍ବଲପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା(ନଂ.୨୯/୨୦)ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ସୃଷ୍ଟି କରୁଥିଲେ ଆତଙ୍କ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜୁନାଗଡ଼ ପୋଲିସ ଏକ ଡକାୟତି ମାମଲାରେ ୩ ଜଣଙ୍କୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ବେଆଇନ ବାଲି ଉତ୍ତୋଳନକୁ ନେଇ ତୁମୁଳକାଣ୍ଡ, ମାଫିଆଙ୍କ ଆକ୍ରମଣରେ ୨ ଆହତ

ପାଟଣା,୧୭ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ନୂଆପଡ଼ା ବୈତରଣୀ ନଦୀଘାଟରୁ ମଙ୍ଗଳବାର ରାତ୍ରି ବେଆଇନ ବାଲି ଉତ୍ତୋଲାନକୁ ନେଇ ତୁମୁଳ କାଣ୍ଡ...

ସାଇନ୍‌ବୋର୍ଡ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଉତ୍ତେଜନା

କୋଟପାଡ଼,୧୭ା୧୨(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ଧାମନାହାଣ୍ଡି ପଞ୍ଚୟତର ୬୩ ନଂ ଜାତୀୟ ରାଜପଥ ୬୩ ପାର୍ଶ୍ୱ ଗାନ୍ଧୀନଗରର ଆବାସିକ ବିଦ୍ୟାଳୟ ପରିସରରେ ପୁରାତନ ୩...

ନବଜାତ ଶିଶୁପତ୍ର, ପ୍ରସୂତିଙ୍କ ମୃତ୍ୟୁର ହେବ ତଦନ୍ତ, ଅଧିକାରୀ କହିଲେ…

କେସିଙ୍ଗା,୧୭ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ ପ୍ରସୂତି...

ଗାଜଲବାଡ଼ି ଘାଟି ସମ୍ପ୍ରସାରଣ ପାଇଁ ରାଜପଥ ଅବରୋଧ, ୧୫ ଦିନରେ ମରାମତି ପାଇଁ ପ୍ରତିଶ୍ରୁତି ପରେ…

ଦାରିଙ୍ଗବାଡ଼ି,୧୭ା୧୨(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜିଛି ଅସନ୍ତୋଷ। ବୁଧବାର ଗଞ୍ଜାମ-କନ୍ଧମାଳ ସୀମାବର୍ତ୍ତୀ...

ମୋକିମ ବହିଷ୍କାର ବିବାଦ, କଥାହେଲେ କେନ୍ଦ୍ରୀୟ ନେତା

ଭୁବନେଶ୍ୱର,୧୭।୧୨:  କଂଗ୍ରେସରୁ ମୋକିମଙ୍କୁ ବହିଷ୍କାର କରିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଅନେକ ନେତା ମୋକିମ ସପକ୍ଷରେ ବାହାରୁଥିବା ଦେଖାଯାଇଛି । ଏହାରି...

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri