ଭିଜିଲାନ୍ସ ଜାଲରେ କୋଟିପତି କିରାଣି

ଧର୍ମଶାଳା, ୧୨ା୧୧(ଡି.ଏନ.ଏ.): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧର୍ମଶାଳା ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣି ରତ୍ନାକର ମହାନ୍ତିଙ୍କ ବାସଭବନରେ ଗୁରୁବାର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। କଟକ ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ଭିଜିଲାନ୍ସ ଡିଏସ୍‌ପି ସୁରେନ୍ଦ୍ରନାଥ ରାୟଗୁରୁଙ୍କ ନେତୃତ୍ୱରେ ତିନୋଟି ଟିମ୍‌ ଧର୍ମଶାଳା ଥାନା ଚହଟା ଗାଁରେ ଥିବା ରତ୍ନାକରଙ୍କ ଘର ସମେତ ଜାରକାଠାରେ ଭଡାସୂତ୍ରରେ ଦିଆଯାଇଥିବା ଦୋକାନ ଗୃହ, ଶ୍ୱଶୁର ଘର ଚାନ୍ଦପୁର ଭଳି ୭ ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ବାସଭବନରୁ ନଗଦ ୮ଲକ୍ଷ ୨୭ ହଜାର ୫୭ ଟଙ୍କା, ୩ଶହ ଗ୍ରାମ୍‌ ସୁନା ଅଳଙ୍କାର, ବ୍ୟାଙ୍କ ପାସ୍‌ ବୁକ୍‌, ଜମିଜମା ସଂକ୍ରାନ୍ତୀୟ କାଗଜପତ୍ର, ଗାଡି ଆଦି ଜବତ କରାଯାଇଛି। ତାଙ୍କ ସମ୍ପତ୍ତି ମୂଲ୍ୟ ୧ କୋଟି ୩୦ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଦୋଳ ପୂର୍ଣ୍ଣିମା: ଫଗୁ ଖେଳିବେ ଶ୍ରୀଜିଉ

ପୁରୀ ଅଫିସ,୭।୩: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତକାନ୍ତି କରାଯାଉଛି। ଚତୁର୍ଦ୍ଧାମୂର୍ତ୍ତି ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବା ସହ...

ସାଇକେଲ ଚାଳନା ପ୍ରସାର ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୫।୬(ବ୍ୟୁରୋ): ରୋଟାରୀ କ୍ଲବ୍‌ ଇକୋ ପକ୍ଷରୁ ଅନ୍‌ଲାଇନ୍‌ ଜରିଆରେ ଶୁକ୍ରବାର ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି। ଏଥିରେ ରୋଟାରୀ କ୍ଲବ ଇକୋର ସଭାପତି...

‘ନବୀନ ସ୍ବଚ୍ଛତା ପ୍ରତିଶ୍ରୁତି ଦେଲେ ଘର ଦିଆଯିବ’

ଭୁବନେଶ୍ବର, ୧୨ା୮(ବ୍ୟୁରୋ):ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ ବ୍ୟାପକ ଅନିୟମିତତା ହୋଇଛି। ଘର ବଣ୍ଟନରେ ଆଦୌ ସ୍ବଚ୍ଛତା ନାହିଁ। ଉପଯୁକ୍ତ ହିତାଧିକାରୀ ଘର ପାଇନାହାନ୍ତି। ବାତ୍ୟା...

ପରଦା କଳାକୁ ପ୍ରୋତ୍ସାହନ ନାହିଁ

ଖୋର୍ଦ୍ଧା ଅଫିସ, ୧୦ା୩: ଏକଦା ପରଦା କଳାକୁ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଧଳାପଥର ଗ୍ରାମ। ଏହି ଗ୍ରାମର...

ପିଏନ୍‌ବିକୁ ରାଜଭାଷା କୀର୍ତ୍ତି ପୁରସ୍କାର

ଭୁବନେଶ୍ୱର,୧୭।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)କୁ ନିକଟରେ ରାଜଭାଷା କୀର୍ତ୍ତି ପୁରସ୍କାର-୨୦୨୨-୨୩ ମିଳିଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷର ହିନ୍ଦୀ ଦିବସ ଉପଲକ୍ଷେ ଆୟୋଜିତ ୩ୟ ସର୍ବଭାରତୀୟ...

ବାଘୁଆ ଜଳ ଭଣ୍ଡାର: ଜଳ ନିଷ୍କାସନ ପାଇଁ ସତର୍କ ସୂଚନା ଜାରି

ବୁଗୁଡ଼ା,୨୫ା୯(ଡି.ଏନ.ଏ.): ବୁଗୁଡ଼ା ବ୍ଲକ ବାଘୁଆ ଜଳ ଭଣ୍ଡାରରୁ ନଦୀରେ ଜଳ ନିଷ୍କାସନ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ଜଳ ସମ୍ପଦ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି...

ଦିନ ମଜୁରିଆଙ୍କୁ ଖାଦ୍ୟ ପହଞ୍ଚାଇବାକୁ ସରକାରଙ୍କୁ ସୁରଙ୍କ ନିବେଦନ, ଯୁବ ସମାଜକୁ ଘରେ ରହିବାକୁ ଦେଲେ ପରାମର୍ଶ

ଭୁବନେଶ୍ୱର,୨୮।୨(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସରକାର ୨୧ ଦିନ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ତେବେ...

ଅସୁସ୍ଥ ମାଈ ହାତୀର ଚିକିତ୍ସା ଆରମ୍ଭ

ଭୁବନେଶ୍ୱର/ଖୋର୍ଦ୍ଧା ଅଫିସ/: ୧୮।୩(ବ୍ୟୁରୋ): ଟାଙ୍ଗୀ ବନଖଣ୍ଡ ସରପାରି ପଞ୍ଚାୟତ ବାଁବରଡ଼ା ମୌଜାସ୍ଥିତ ଚାରିବାଟିଆ ଗହିର ଜମିର ମଲାଗୁଣୀ ନଦୀ ପଠାରେ ଏକ ମାଈ ହାତୀ ଅସୁସ୍ଥ...

Advertisement
Archives

Model This Week