ଭାରତରେ ରାତ୍ରି ବଜ୍ରପାତର ଦୃଶ୍ୟ

ଓ୍ବାଶିଂଟନ, ୧୮।୮: ଅନେକ ସମୟରେ ମହାକାଶଚାରୀମାନେ ମହାକାଶରୁ ପୃଥିବୀର ବିଭିନ୍ନ ଆଶ୍ଚର୍ଯ୍ୟଜନକ ଚମତ୍କାର ଦୃଶ୍ୟର ଚିତ୍ର ଉତ୍ତୋଳନକରି ସୋସିଆଲ ମିଡିଆରେ ଶେୟାର କରିଥାନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ମହାକାଶରୁ ଏହିସବୁ ବିରଳ ଚିତ୍ରକୁ ଦେଖି ମନ ଆକର୍ଷିତ ହୋଇଥାଏ। ତେବେ ଆକାଶରେ ପ୍ରବଳ ମେଘ ଥିବାବେଳେ ରାତ୍ରି ବଜ୍ରପାତର ଏହିପରି ଏକ ଦୃଶ୍ୟକୁ ଆମେରିକୀୟ ମହାକାଶ ସଂସ୍ଥା ନାସାର ମହାକାଶଚାରୀ ମାଥ୍ୟୁ ଡୋମିନିକ୍‌ ନିଜ କ୍ୟାମେରାରେ କଏଦ କରି ଶନିବାର ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଏକ୍ସ’ରେ ପୋଷ୍ଟ କରିଛନ୍ତି। ସେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର(ଆଇଏସ୍‌ଏସ୍‌)ରୁ ଏହି ବିରଳ ଓ ସୁନ୍ଦର ଦୃଶ୍ୟକୁ ଉଠାଇଛନ୍ତି। ଏହି ଫଟୋରେ ମହାକାଶରୁ ଭାରତର ରାତ୍ରି ବଜ୍ରପାତର ଦୃଶ୍ୟକୁ ଭଲ ଭାବେ ଦେଖିବାକୁ ମିଳିଛି। ଉକ୍ତ ଚିତ୍ର ଶେୟାର କରି ମାଥ୍ୟୁ ଲେଖିଛନ୍ତି, ରାତ୍ରି ସମୟରେ ଭାରତର ବିଜୁଳି ଓ ବଜ୍ରପାତର ଦୃଶ୍ୟ। ଏହି ଅବିଶ୍ୱସନୀୟ ଫଟୋରେ ଅନ୍ଧାର ରାତ୍ରିର ମଝି ଆକାଶରେ ଏକ ଉଜ୍ଜ୍ୱଳ ନୀଳ ଆଲୋକ ଦେଖାଯାଉଛି।
ଏହାର ଚାରିପାଖରେ ଧଳା ଏବଂ ହଳଦିଆ ରଙ୍ଗର ଆଲୋକ ମଧ୍ୟ ଦୃଶ୍ୟମାନ ହେଉଛି, ଯାହା ଭାରତର ବିଭିନ୍ନ ସହରର ହୋଇଥିବା ମାଥ୍ୟୁ କହିଛନ୍ତି। ସମଗ୍ର ଭାରତ ଉପରେ ଅନ୍ଧକାର ଥିବାବେଳେ ରଙ୍ଗିନ ବଜ୍ରପାତ ଆକାଶରୁ ଖସୁଥିବା ପରି ଏହି ଫଟୋରେ ଦେଖିବାକୁ ମିଳିଛି। ମାଥ୍ୟୁ ନିଜ ଏକ୍ସ’ ଆଇଡିରେ ଶେୟାର କରିବାର କିଛି ଘଣ୍ଟା ମଧ୍ୟରେ ଭାରତର ଏହି ରାତ୍ରି ବଜ୍ରପାତ ସମୟର ଦୃଶ୍ୟ ଭାଇରାଲ ହୋଇଛି। ଉକ୍ତ ଫଟୋକୁ ଅନେକ ସଂଖ୍ୟାରେ ଭାରତୀୟ ଏକ୍ସ’ ୟୁଜର୍ସ ପସନ୍ଦ କରିଛନ୍ତି। ସୂଚନାଯୋଗ୍ୟ, ସମ୍ପ୍ରତି ଆଇଏସ୍‌ଏସ୍‌ରେ ଥିବା ଆମେରିକୀୟ ମହାକାଶଚାରୀ ମାଥ୍ୟୁ ପ୍ରତ୍ୟେକ ଦିନ ମହାକାଶରୁ କିଛି ନା କିଛି ଅବିଶ୍ୱସନୀୟ ଓ ଦୁର୍ଲଭ ଦୃଶ୍ୟ ପୋଷ୍ଟକରି ନିଜ ଫଲୋଅର୍ସମାନଙ୍କୁ ପ୍ରଭାବିତ କରିବାକୁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଗୁରୁବାର ଭାରତ ବନ୍ଦ ଡାକରା: କ’ଣ ରହିବ ଖୋଲା, କ’ଣ ବନ୍ଦ, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା କୃଷକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ ୧୨ ତାରିଖ ଅର୍ଥାତ୍‌ ଗୁରୁବାର ଭାରତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri