Posted inଖେଳ

ଫର୍ମୁଲାଓ୍ବାନ୍‌ କ୍ୟାଲେଣ୍ଡର ୨୦୨୧ରୁ ଭିଏତ୍‌ନାମ ବାଦ୍‌

ଇସ୍ତାନବୁଲ୍‌, ୧୧ା୧୧ (ଏପି)- ଆସନ୍ତାବର୍ଷ ୨୦୨୧ରେ ରେକର୍ଡ ୨୩ଟି ରେସ୍‌ ଆୟୋଜନ ଲାଗି ଫର୍ମୁଲା ଓ୍ବାନ୍‌ ଯୋଜନା ରଖିଛି। ଏପ୍ରିଲ୍‌ରେ ଭିଏତ୍‌ନାମରେ ଏହାର ଉଦ୍‌ଘାଟନୀ ରେସ୍‌ ବାଦ୍‌ ଦେବା ସହ କ୍ୟାଲେଣ୍ଡରରେ ସାଉଦି ଆରବକୁ ସାମିଲ କରିଛି। ଚଳିତବର୍ଷ ପ୍ରଥମଥର ପାଇଁ ଭିଏତନାମ ଫର୍ମୁଲା ଓ୍ବାନ୍‌ ରେସ୍‌ ଆୟୋଜନ କରାଯାଇଥାନ୍ତା। ମାତ୍ର କରୋନା ଭାଇରସ ଯୋଗୁ ଏହାକୁ ବାତିଲ କରାଯାଇଥିଲା। ପ୍ରଥମ ଥର ସାଉଦି ଆରବ ଗ୍ରାଁ ପ୍ରି ହେବ। ଏହା ଲୋହିତ ସାଗର ସହର ଜିଦାହଠାରେ ହେବ। କରୋନାବେଳେ ବାତିଲ ହୋଇଥିବା ବହୁ ରେସ୍‌ କିନ୍ତୁ ଏଥର ଆୟୋଜନ ହେବ। କରୋନା ଯୋଗୁ ଚଳିତବର୍ଷ ମୁଗେଲୋ, ପୋର୍ଟିମାଓ ଏବଂ ଇମୋଲା ଭଳି ୟୁରୋପର କେତୋଟି ଟ୍ରାକ୍‌ରେ ରେସ୍‌ର ଆୟୋଜନ କରାଯାଇଥିଲା। ଆସନ୍ତାବର୍ଷ ଏହି ସ୍ଥାନଗୁଡ଼ିକରେ ରେସ୍‌ ଅନୁଷ୍ଠିତ ହେବ ନାହିଁ। ବ୍ରାଜିଲିଆନ ଗ୍ରାଁ ପ୍ରି ସାଓପାଓଲୋରେ ହେବ। ୧୯୮୫ ପରେ ପ୍ରଥମଥର ଡଚ୍‌ ଗ୍ରାଁ ପ୍ରି ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। ଚଳିତବର୍ଷ ଯଦିଓ ଏହାକୁ ବାତିଲ କରାଯାଇଥିଲା। ଆସନ୍ତାବର୍ଷ ଏଥିପାଇଁ ସେପ୍ଟେମ୍ବର ୫ ଦିନ ଧାର୍ଯ୍ୟ କରାଯାଇଛି। ସିଜନର ଶେଷ ରେସ୍‌ ଡିସେମ୍ବର ୫ରେ ଆବୁଧାବିଠାରେ ହେବ। ଫର୍ମୁଲା ଓ୍ବାନ୍‌ ଇତିହାସରେ ୨୩ ରେସ୍‌ ବିଶିଷ୍ଟ କ୍ୟାଲେଣ୍ଡର ହେଉଛି ସର୍ବ ବୃହତ୍‌। ୨୦୨୦ରେ ୨୨ଟି ରେସର୍‌ ଆୟୋଜନ ଯୋଜନା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

କୋହଲିଙ୍କ ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟ୍‌କା: ଆଉ ଦେଖିପାରିବେନି…

ବେଙ୍ଗାଲୁରୁ,୨୩।୧୨: ବିଜୟ ହଜାରେ ଟ୍ରଫି ପୂର୍ବରୁ ବେଙ୍ଗାଲୁରୁର କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାଜନକ ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏମ. ଚିନ୍ନାସ୍ବାମୀ...

ଶୁଭମନ ଗିଲ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ହୋଇଥିଲା ବଡ଼ ଚୁକ୍ତି, ଅଧିନାୟକ ଭାବରେ ଫେରିବେ ଓପନର, ହେଲେ କିଏ ଥିଲେ ଏହାର ମଧ୍ୟସ୍ଥି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ପାୱାର କରିଡରରେ ପୁଣି ଥରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଶୁବମନ ଗିଲଙ୍କ ନାମ ଅଧିନାୟକତ୍ୱ, ରାଜନୀତି ଏବଂ ବିଶ୍ୱସନୀୟତାର...

ଏହି କ୍ରିକେଟର୍‌ଙ୍କ ଜୀବନକୁ ବିପଦ: କିଣିଲେ ବୁଲେଟପ୍ରୁଫ କାର

ନୂଆଦିଲ୍ଲୀ,୨୨।୧୨: ତାଲିବାନ ଶାସିତ ଆଫଗାନିସ୍ତାନରେ ରଶିଦ ଖାନ ସୁରକ୍ଷିତ ଅନୁଭବ କରନ୍ତି ନାହିଁ। ସେ କେଭିନ ପିଟରସନଙ୍କ ସହିତ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି।...

ପାକିସ୍ତାନୀଙ୍କୁ ଔକାତ୍‌ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ, ରାଗିଗଲେ ନକ୍‌ଭି, ICC ନିକଟରେ କରିବେ ଅଭିଯୋଗ

ନୂଆଦିଲ୍ଲୀ,୨୩।୧୨: ପାକିସ୍ତାନ ୧୯ ବର୍ଷରୁ କମ୍‌ ଏସିଆ କପ ଫାଇନାଲରେ ଭାରତ ବିପକ୍ଷରେ ବିଜୟୀ ହୋଇଛି। ରବିବାର ମ୍ୟାଚ ସମୟରେ ଦଳର ପରାମର୍ଶଦାତା ସରଫରାଜ ଅହମ୍ମଦ...

ପାକିସ୍ତାନଠାରୁ ହାରିବା ପରେ ଜବାବ ମାଗିଲା BCCI

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାକିସ୍ତାନଠାରୁ ଭାରତର ୧୯ ବର୍ଷରୁ କମ ଫାଇନାଲ ପରାଜୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଉପବିଜେତା ପାଇଁ...

ଟାର୍ଗେଟରେ କ୍ରିକେଟରଙ୍କ ପରିବାର, ପତ୍ନୀ ପିଲାଙ୍କୁ ମିଳିଲା ହତ୍ୟା ଧମକ

ସିଡ଼ନୀ,୨୩।୧୨: ଡିସେମ୍ବର ୧୪ରେ ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଘଟିଥିବା ଭୟଙ୍କର ଗଣ ଗୁଳିକାଣ୍ଡ ସମଗ୍ର ଦେଶକୁ ଚକିତ କରିଦେଇଥିଲା। ପ୍ରାୟ ୩୦ ବର୍ଷ ମଧ୍ୟରେ...

ଟି-୨୦ ବିଶ୍ୱକପ ପରେ ବଦଳିବେ ଅଧିନାୟକ! ସୂର୍ଯ୍ୟକୁମାରଙ୍କ ପରେ ଏହି ୩ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ମିଳିପାରେ ଦାୟିତ୍ୱ

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ ଦଳ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ୨୦୨୬ ଟି୨୦ ବିଶ୍ୱକପ ଖେଳିବ। କିନ୍ତୁ, ତାଙ୍କ ଚୟନ ପରଠାରୁ, ଏହି ଟୁର୍ନାମେଣ୍ଟ ଅଧିନାୟକ ଭାବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri