ଓସ୍କାର ଦୌଡ଼ରେ ‘ଶେରନୀ’, ‘ସର୍ଦ୍ଦାର ଉଧମ’

ମୁମ୍ବାଇ,୨୧।୧୦: ଆସନ୍ତା ବର୍ଷ ଓସ୍କାର ପାଇଁ ବଲିଉଡ୍‌ର ଦୁଇଟି ଫିଲ୍ମକୁ ଚୂଡ଼ାନ୍ତ କରାଯାଇଛି। ଶର୍ଟଲିଷ୍ଟ ହୋଇଥିବା ମୋଟ ୧୪ ଫିଲ୍ମ ତାଲିକାରେ ସ୍ଥାନ ପାଇଛି ବିଦ୍ୟା ବାଲନଙ୍କ ‘ଶେରନୀ’ ଓ ଭିକି କୌଶଲଙ୍କ ଅଭିନୀତ ‘ସର୍ଦ୍ଦାର ଉଧମ’। ଏମାନଙ୍କ ମଧ୍ୟରୁ କେବଳ ଗୋଟିଏ ଶ୍ରେଷ୍ଠ ଫିଲ୍ମ ୯୪ତମ ଏକାଡେମୀ ଆଓ୍ବାଡର୍‌ସର ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ କାଟେଗୋରିରେ ଭାରତର ପ୍ରତିନିଧିତ୍ୱ କରିପାରିବ। ଉଭୟ ଫିଲ୍ମ ଚଳିତ ବର୍ଷ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି।

ଅମିତ ମାସୁରକାରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ଶେରନୀ’ ଫିଲ୍ମରେ ବିଦ୍ୟା ଜଣେ ଫରେଷ୍ଟ ଅଧିକାରୀଙ୍କ ଭୂମିକାରେ ନଜର ଆସିଥିଲେ, ଯେଉଁଥିରେ ସେ ମନୁଷ୍ୟ-ପଶୁ ବିବାଦକୁ ସମାଧାନ କରିବାକୁ ଉଦ୍ୟମ କରୁଛନ୍ତି। ସେହିଭଳି ୧୯୧୯ ଜାଲିଓ୍ବାଲା ବାଗ ଗଣହତ୍ୟାର ପ୍ରତିଶୋଧ ନେଇଥିବା ବୈପ୍ଳବିକ ସର୍ଦ୍ଦାର ଉଦମ ସିଂଙ୍କ କାହାଣୀ ଉପରେ ‘ସର୍ଦ୍ଦାର ଉଧମ’ ଅଧାରିତ। ଭିକି କୌଶଲଙ୍କ ଷ୍ଟାରର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶୁଜିତ ସିରକାର।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସମୟରେ ମା’ହେଲେ ଏହି ଲୋକପ୍ରିୟ ଗାୟିକା

କରୋନା ମହାମାରୀ ମଧ୍ୟରେ ଆମେରିକାର ଲୋକପ୍ରିୟ ପପ୍‌ ଗାୟିକା କେଟି ପେରି ଏବଂ ଭାବି ସ୍ବାମୀ ଅର୍ଲାଣ୍ଡୋ ବ୍ଲୁମ୍‌ଙ୍କ ପ୍ରଶଂସକଙ୍କ ପାଇଁ ଗୋଟିଏ ଖୁସି ଖବର।...

ଜନ୍ମଦିନରେ ରାକ୍ଷୀ ସାଓ୍ବନ୍ତଙ୍କୁ ଜୋର ଜବରଦସ୍ତ ଚୁମ୍ବନ ଦେଇ ଚର୍ଚ୍ଚାକୁ ଆସିଥିଲେ ଏହି ପଞ୍ଜାବୀ ଗାୟକ, ପରେ ଘଟିଥିଲା..

ବମ୍ବେ: ବଲିଉଡ୍‌ରେ ଏପରି କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନେ ବିବାଦରେ ରହିବାକୁ ଭଲପାଇଥାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ଜଣାଶୁଣା ପଞ୍ଜାବୀ ଗାୟକ ମିକା ସିଂହ।...

କୃଷକଙ୍କୁ ସମର୍ଥନ ଘୋଷଣା କଲେ ଧର୍ମେନ୍ଦ୍ର

ବଲିଉଡ ଅଭିନେତା ଧର୍ମେନ୍ଦ୍ର କୃଷକଙ୍କ ସମର୍ଥନରେ ବାହାରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଚାଷୀଙ୍କ ପାଇଁ ସେ ନ୍ୟାୟ ଦାବି କରିଛନ୍ତି। ସୋମବାର ଧର୍ମେନ୍ଦ୍ର...

‘ମୋତେ ନାଚ ଆସେନି’

ମୁମ୍ବାଇ: କମଲି, ଚିକ୍‌ନି ଚମେଲି, ଶିଲାକି ଜଓ୍ବାନୀ, କାଲା ଚଷମା, ମାଶାଲାହ, ଆଫଗାନ ଜଲେବି ଭଳି ଅନେକ ହିଟ୍‌ ଗୀତ ସିନେପ୍ରେମୀଙ୍କୁ ଭେଟି ଦେଇଛନ୍ତି ବଲିଉଡ୍‌...

ଗର୍ଲପ୍ରେଣ୍ଡଙ୍କ ପାଇଁ ସୋନୁ ସୁଦଙ୍କୁ ଆଇଫୋନ୍‌ ମାଗିଲେ ଯୁବକ: ଜବାବରେ ମିଳିଲା

ବଲିଉଡ ଅଭିନେତା ସୋନୁ ସୁଦ କରୋନା ମହାମାରୀ ବେଳେ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି। ଲୋକମାନେ ସୋନୁଙ୍କୁ ଟୁଇଟ୍‌ର୍‌ରେ ସହାୟତା ମାଗିଥିଲେ। ଅନେକ ଥର, ସୋନୁଙ୍କ...

ଜେଲ୍‌ରେ ରହି ଏହି କାମ କରୁଥିଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ବମ୍ବେ ହାଇକୋର୍ଟରୁ ଜାମିନ ମିଳିବା ପରେ ରିୟା ଚକ୍ରବର୍ତ୍ତୀ ବୁଧବାର ଜେଲରୁ ମୁକୁଳିଛନ୍ତି।...

ଜନ୍ମଦିନ ପାଳନର ଫଟୋ ଶେୟାର କଲେ କରିନା…

ମୁମ୍ବାଇ,୨୨।୯: ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାଁ ନିଜର ୪୧ତମ ଜନ୍ମଦିନ ପାଳନର ଫଟୋ ଇନଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ସେ ମାଳଦ୍ୱୀପରେ ଜନ୍ମଦିନ ଛୁଟି ବିତାଉଛନ୍ତି।...

ସୁଶାନ୍ତଙ୍କ ମୃତ୍ୟୁ ପରେ ଏପରି କହିଲେ ଭୋଜପୁରୀ ଅଭିନେତ୍ରୀ ଅକ୍ସରା ସିଂ

ବହୁ ବର୍ଷ ଧରି ବଲିଉଡରେ ନେପୋଟିଜିମ୍‌ ପ୍ରସଙ୍ଗକୁ ନେଇ ବିତର୍କ ହୋଇଥିଲା ଏବଂ ପରେ ଏହା ଶାନ୍ତ ପଡ଼ିଥିଲା। ମାତ୍ର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ...

Advertisement
Archives

Model This Week