ଭିନେଶଙ୍କୁ ପଦକ ମିଳିବ ନା ନାହିଁ, ବଡ଼ ସଙ୍କେତ ଦେଲେ ଫୋଗଟଙ୍କ ଓକିଲ

ନୂଆଦିଲ୍ଲୀ,୧୪।୮: ରେସଲର ଭିନେଶ ଫୋଗଟଙ୍କ ମାମଲାରେ ଆଜି ସିଏଏସ୍‌ ନିଷ୍ପତ୍ତି ଶୁଣାଇବ। ଏଭଳି ପରିସ୍ଥିତିରେ ସମଗ୍ର ଭାରତ ବିନେଶ ମାମଲାର ନିଷ୍ପତ୍ତିକୁ ଅପେକ୍ଷା କରିଛି। କୋଟି କୋଟି ଦେଶବାସୀଙ୍କ ମନରେ ପ୍ରଶ୍ନ ହେଉଛି ଭାରତୀୟ ରେସଲରଙ୍କୁ ରୌପ୍ୟ ପଦକ ମିଳିବ କି ନାହିଁ? ଏହି ପ୍ରସଙ୍ଗରେ ଭିନେଶଙ୍କ ୪ ଓକିଲଙ୍କ ମଧ୍ୟରୁ ଜଣେ ଓକିଲ ନିଜର ମତ ରଖିଛନ୍ତି।

ଏକ ସାକ୍ଷାତକାରରେ ଓକିଲ ବିଦୁଷ୍ପତ ସିଂଘାନିଆ କହିଛନ୍ତି , ତାଙ୍କ ତରଫରୁ ବହୁତ ପରିଶ୍ରମ କରାଯାଇଛି ଏବଂ ସେ ଆଶା କରିଛନ୍ତି ଯେ ଭିନେଶ ନିଶ୍ଚିତ ଭାବରେ ପଦକ ପାଇବେ। ସେ କହିଛନ୍ତି, ଆମ ସମସ୍ତଙ୍କର ଆଶା ଅଛି, ସେଥିପାଇଁ ଆମେ ଆବେଦନ କରିଥିଲୁ ।CAS ଆଡ-ହକ ପ୍ୟାନେଲ ପାଖରେ ୨୪ଘଣ୍ଟା ସମୟସୀମା ଅଛି। ପ୍ୟାନେଲ ଏହି ବିଷୟକୁ ଗମ୍ଭୀରତାର ସହ ନେଉଛି ଯଦି ବିଚାରପତି ଏହା ବିଷୟରେ ଅଧିକ ଚିନ୍ତା କରୁଛନ୍ତି, ତେବେ ଏହା ଆମ ପାଇଁ ଭଲ ଅଟେ।

ବିଦୁଷ୍ପତ ସିଂଘାନିଆ ଏହା ମଧ୍ୟ କହିଛନ୍ତି ଯେ ସେ CAS ରେ ଅନେକ ମାମଲା ଲଢି ସାରିଛନ୍ତି, କିନ୍ତୁ ଏଠାରେ ମାମଲା ଜିତିବାର ପ୍ରତିଶତ ବହୁତ କମ ଅଟେ। ଭିନେଶଙ୍କ କ୍ଷେତ୍ରରେ ସେ ଏକ ଐତିହାସିକ ନିଷ୍ପତ୍ତି ଆଶା କରୁଛନ୍ତି। ଏହା ଟିକିଏ କଷ୍ଟସାଧ୍ୟ, କିନ୍ତୁ ସମସ୍ତେ ଏକ ବଡ଼ ନିଷ୍ପତ୍ତି ଆଶା କରୁଛନ୍ତି । ଭିନେଶଙ୍କୁ ପଦକ ଦେବାକୁ ସେ ବହୁତ ଚେଷ୍ଟା କରୁଛନ୍ତି। ହେଲେ ପଦକ ନ ପାଇଲେ ବି ଭିନେଶ ସମସ୍ତଙ୍କ ପାଇଁ ଚାମ୍ପିୟନ ଆଥଲେଟ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

‘AI ଆସିଲେବି ମଣିଷର ସ୍ଥାନ ନେଇପାରିବନି ମେଶିନ’, ସିସ୍କୋ ଅଧିକାରୀ କହିଲେ କେମିତି ପରିବର୍ତ୍ତନ ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୧।୨: କର୍ପୋରେଟ ଜଗତ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ମେଶିନଗୁଡ଼ିକ ମଣିଷକୁ ବଦଳାଇବେ ବୋଲି ବଢୁଥିବା ଭୟ…

ବିଦ୍ୟୁତ୍‌ ଟିକସ ବୃଦ୍ଧି ବାତିଲ, ସ୍ମାର୍ଟ ମିଟର ଲଗାଇବା ବନ୍ଦ ନେଇ ସିପିଆଇଏମ୍‌ର ବିକ୍ଷୋଭ

ଛତ୍ରପୁର,୨୧ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ବିଭିନ୍ନ ବିଷୟକୁ ନେଇ ଓଇଆରସି ପକ୍ଷରୁ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଟିପିଏସଓଡିଏଲ…

ଚୁରମାର ହେଲା ୟୁନିର୍ଭସିଟି ପ୍ରତିଷ୍ଠା ସ୍ୱପ୍ନ! ଜମି ବିକିଦେଲେ ଖାନ ସାର୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୧।୨:ନିକଟରେ ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇଥିଲା ଯେ ଖାନ ସାର୍‌ କୋଏଲୱାରରେ ଏକ ବଡ଼ ଜମି କିଣି ସେଠାରେ ଏକ ବିଶ୍ୱବିଦ୍ୟାଳୟ ନିର୍ମାଣ କରିବାକୁ ଯୋଜନା…

ଚାନ୍ଦା ନ ଦେବାରୁ ଠିକାଦାରଙ୍କୁ ହତ୍ୟା, ଅଭିଯୋଗ ଆଣି ପୁଅ କହିଲେ ମୋ’ ବାପାଙ୍କୁ…

ଆନନ୍ଦପୁର,୨୧ା୨(ସୁଶାନ୍ତ କୁମାର ସାହୁ): ଠିକା କାମରେ ଚାନ୍ଦା ନ ଦେବାରୁ ଠିକାଦାରଙ୍କୁ କିଛି ଅସାମାଜିକ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। କେନ୍ଦୁଝର ଜିଲା…

ଖରାପ ଫର୍ମ ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରୁ ବାଦ ପଡିବେ ଅଭିଷେକ? କ୍ୟାପଟେନ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ରେ ଭାରତର ପ୍ରଥମ ମ୍ୟାଚ ରବିବାର, ଫେବୃଆରୀ ୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ। ଏହା ପୂର୍ବରୁ, ଶନିବାର ଏକ ସାମ୍ବାଦିକ…

୪ ମାସ ବିତିନି ପୁଣି ବାଣ ବିସ୍ଫୋରଣ: ଲୋକେ ଭୟଭୀତ

ବୌଦ୍ଧ,୨୧ା୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ପୁରୁଣା କଟକ ଥାନା ଜିଆକଟା ଗ୍ରାମରେ ବାଣ ବିସ୍ଫୋରଣ ଘଟଣାକୁ ୪ ମାସ ବିତି ନ ଥିବା ବେଳେ ପୁଣି…

‘AI ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରତିବାଦ ନେପାଳର GenZ ଆନ୍ଦୋଳନ ଦ୍ୱାରା ଅନୁପ୍ରାଣିତ’, ଦିଲ୍ଲୀ ପୋଲିସର ବଡ଼ ଦାବି

ନୂଆଦିଲ୍ଲୀ,୨୧।୨: ଦିଲ୍ଲୀର ଭାରତ ମଣ୍ଡପମରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଯୁବ କଂଗ୍ରେସ କର୍ମୀଙ୍କ ପ୍ରତିବାଦ ଦେଶରେ ରାଜନୀତିକୁ ଉଷ୍ମ କରିଛି। ବିଭିନ୍ନ ରାଜ୍ୟର ଭାଜପା…

ଯନ୍ତ୍ରୀ-ଠିକାଦାରଙ୍କୁ ଏକାଠି ବସାଇ ବୁଝାମଣା ପ୍ରୟାସ: ୩ ଘଣ୍ଟା ପରେ ବି କେସ୍‌ ରୁଜୁ କରିନି ପୋଲିସ

ବଲାଙ୍ଗୀର,୨୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାସ୍ତା ଓ କୋଠା ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରମାନେ ମୁହାଁମୁହିଁ ହୋଇଛନ୍ତି। ପରସ୍ପର ବିରୋଧରେ ଉଭୟ ପକ୍ଷ ଟାଉନ ଥାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri