Video: ମାଳଦ୍ୱୀପ ପାର୍ଲାମେଣ୍ଟ ରଣକ୍ଷେତ୍ର

ନୂଆଦିଲ୍ଲୀ,୨୯।୧:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ସଂସଦୀୟ ଅନୁମୋଦନ ପାଇଁ ଡକାଯାଇଥିବା ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ରବିବାର ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଏମ୍‌ପିମାନେ ପରସ୍ପରକୁ ମୁଥ, ଗୋଇଠା ମାରିବା ସହ ଗଡ଼ାପଡ଼ା ହେଉଥିବା ଦେଖାଯାଇଛି। ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି) ଏବଂ ପ୍ରୋଗ୍ରେସିଭ୍‌ ପାର୍ଟି ଅଫ୍‌ ମାଳଦ୍ୱୀପ (ପିପିଏମ୍‌)କୁ ନେଇ ଗଠିତ ଶାସକ ମେଣ୍ଟ ଏବଂ ବିରୋଧୀ ମାଳଦ୍ୱୀପ ଡେମୋକ୍ରାଟିକ୍‌ ପାର୍ଟି (ଏମ୍‌ଡିପି)ର ଏମ୍‌ପିମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ସଂଘର୍ଷ ସମୟର ଭିଡିଓ ଭାଇରାଲ ହୋଇଛି। ମୁଇଜୁ କ୍ୟାବିନେଟରେ ଯୋଗ ଦେଇଥିବା ଶାସକ ଦଳର ୪ ସଦସ୍ୟଙ୍କୁ ଅନୁମୋଦନ ଦେବାକୁ ବିରୋଧୀ ଦଳ ଏମ୍‌ଡିପି ମନା କରିଦେବା ପରେ ଗୃହରେ ହଟ୍ଟଗୋଳ ହୋଇଥିଲା।

Share