Video: ‘ଆପଣ ଭଲ ଲାଗୁଛନ୍ତି, ସ୍ମୋକିଂ ଛାଡିଦିଅନ୍ତୁ..’ ତୁର୍କୀ ରାଷ୍ଟ୍ରପତିଙ୍କ ଉପଦେଶ ଶୁଣି ଜାଣନ୍ତୁ କ’ଣ କହିଲେ ମେଲୋନି

ଶର୍ମ-ଅଲ-ଶେଖ,୧୪।୧୦: ସୋମବାର ଇଜିପ୍ଟର ଶର୍ମ-ଅଲ-ଶେଖ ରିସର୍ଟରେ ଗାଜା ଯୁଦ୍ଧର ଅନ୍ତ ପାଇଁ ଏକ ଅନ୍ତର୍ଜାତୀୟ ଶାନ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ ଏର୍ଦୋଗାନ, ଜର୍ମାନ ଚାନ୍ସେଲର, କତାରର ଆମିର, ଇଜିପ୍ଟର ରାଷ୍ଟ୍ରପତି, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଏବଂ ବ୍ରିଟେନ, ଫ୍ରାନ୍ସ ଏବଂ ଜୋର୍ଡାନର ମୁଖ୍ୟମାନେ ଯୋଗ ଦେଇଥିଲେ। ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗାଜାରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଏବଂ ଏହି ଅଞ୍ଚଳରେ ସ୍ଥାୟୀ ଶାନ୍ତି ପାଇଁ ଏକ ପଥ ଖୋଜିବା।
ଏର୍ଦୋଗାନ ସମ୍ମିଳନୀ ସମୟରେ ସକ୍ରିୟ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଦେଖାଯାଇଥିଲେ। ସେ ଅନେକ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ଏବଂ ପରିବେଶକୁ ହାଲୁକା ରଖିଥିଲେ। ସେ ମଜାରେ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ କହିଥିଲେ ଯେ ତାଙ୍କୁ ଧୂମପାନ ଛାଡ଼ିବା ଉଚିତ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ନିକଟରେ ଥିଲେ, ଏବଂ ଏର୍ଦୋଗନଙ୍କ କଥା ଶୁଣଇ ସେ ହସିପକାଇଥିଲେ।
ମେଲୋନି ହସି ହସି ଉତ୍ତର ଦେଇଥିଲେ ଯେ ଯଦି ସେ ଧୂମପାନ ଛାଡ଼ି ଦିଅନ୍ତି, ତେବେ ସେ ହୁଏତ କମ ସାମାଜିକ ହୋଇଯିବେ। ଏହି ଅବସରରେ ଏର୍ଦୋଗାନ ମଧ୍ୟ କହିଥିଲେ ଯେ ତୁର୍କୀ ଏକ ‘ଧୂମପାନମୁକ୍ତ ଭବିଷ୍ୟତ’ ପାଇଁ କାମ କରୁଛି ଏବଂ ସେ ଯେଉଁଠାକୁ ଯାଆନ୍ତି ସେଠାରେ ଲୋକମାନଙ୍କୁ ଧୂମପାନ ଛାଡ଼ିବା ପାଇଁ ଉତ୍ସାହିତ କରନ୍ତି।
ଶିଖର ସମ୍ମିଳନୀରେ ସବୁଠାରୁ ଚର୍ଚ୍ଚିତ ଘଟଣା ଥିଲା ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଅନୁପସ୍ଥିତି। ତାଙ୍କ କାର୍ଯ୍ୟାଳୟ ପୂର୍ବରୁ ସ୍ପଷ୍ଟ କରିଦେଇଥିଲା ଯେ ସେ ଯୋଗ ଦେବେ ନାହିଁ। ସୂତ୍ର ଅନୁସାରେ, ଏର୍ଦୋଗାନ ଏବଂ ଅନ୍ୟ କେତେଜଣ ନେତା ତାଙ୍କର ସମ୍ଭାବ୍ୟ ଅଂଶଗ୍ରହଣ ଉପରେ ଆପତ୍ତି ପ୍ରକାଶ କରିଥିଲେ।

 

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାରେ ୨ ନାବାଳିକାଙ୍କୁ ବଳାତ୍କାର

ରାଉରକେଲା,୨।୫(ସଙ୍ଗୀତା ଜେନା): ଇସ୍ପାତ ସହର ରାଉରକେଲାର ସେକ୍ଟର-୧୯ ଥାନା ଅଞ୍ଚଳରେ କୋଲ୍‌ ଡ୍ରିଙ୍କ୍‌ସ କିଣିବା ବାହାନାରେ ୨ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ…

ଇଣ୍ଟରନାସନାଲ ବୁକ୍ସ ଅଫ ରେକର୍ଡସରେ ସ୍ଥାନ ପାଇଲେ ଅଢ଼େଇ ବର୍ଷର କନ୍ୟା ‘ଶ୍ରେୟାଶିଂ’: ୨୫ ସେକେଣ୍ଡରେ….

ସାକ୍ଷୀଗୋପାଳ,୨।୫(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନିଜର ବିଚକ୍ଷଣ ବୁଦ୍ଧି ଏବଂ ତତ୍କାଳ ସଠିକ ଉତ୍ତର ଦେଇଥିବା ଯୋଗୁ ଅଢ଼େଇ ବର୍ଷର ଶିଶୁକନ୍ୟା ଶ୍ରେୟାଶିଂ ପଣ୍ଡା ଇଣ୍ଟରନାସନାଲ ବୁକ୍ସ…

ବାଇକ୍‌ରେ ଯାଉଥିବା ବେଳେ ଉପରେ ପଡ଼ିଲା ତାଳ ଗଛ: ଚାଲିଗଲା ଯୁବକଙ୍କ ଜୀବନ,ଖବର ପାଇ ବିଷ ପିଇଦେଲେ ସ୍ତ୍ରୀ

ଯାଜପୁର,୨।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ବଡଚଣା ବଡ଼ବାଲିକିୁଦା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ତାଳଗଛ…

ଦେବଗଡ଼ରେ ପାସହାର ୯୬.୨୬ ପ୍ରତିଶତ: ଅଲିଶା ହେଲେ ଜିଲା ଟପର

ଦେବଗଡ଼,୨।୫(ଶେଖର ଝାଙ୍କର): ଶନିବାର ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ଦେବଗଡ଼ ଜିଲାରେ ପାସ ହାର ୯୬.୨୬ ପ୍ରତିଶତ ରହିଛି। ଚଳିତ ବର୍ଷ ୮୬ଟି ହାଇସ୍କୁଲର ୪୦୫୧…

ଲିଲି, କପିଳେଶ୍ୱର ଯୁଗ୍ମ ବ୍ଲକ ଟପ୍ପର୍‌

କର୍ଲାମୁଣ୍ଡା,୨ା୫(ପ୍ରଦୀପ କୁମାର ସାହୁ): ଶନିବାର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କଲାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେଶିଙ୍ଗା ନୋଡାଲ ହାଇସ୍କୁଲ ଛାତ୍ରୀ ଲିଲି ଗହୀର…

ବିଦ୍ୟୁତ୍‌ ତାରରେ ଲାଗିଗଲେ ମା’, ପୁଅ, ଆଉ ତା’ପରେ…

ରିଆମାଳ,୨ା୫(ବଦ୍ରୀ ନାରାୟଣ ଅଗ୍ରୱାଲା) ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଧୀନ କୁଣ୍ଢେଇଗୋଳା ଗ୍ରାମରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିଦ୍ୟୁତ୍‌ ତାର ସଂଷ୍ପର୍ଶରେ ଆସି ଶନିବାର…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ମେ’ ୪ରେ ମିଳିବ ‘ସୁଭଦ୍ରା’ ଟଙ୍କା, ଉପକୃତ ହେବେ…

ଭୁବନେଶ୍ୱର,୨।୫: ରାଜ୍ୟର ସୁଭଦ୍ରା ଯୋଜନାରୁ ବଞ୍ଚିତ ଥିବା ହିତାଧିକାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ଆସନ୍ତା ମେ’ ୪ ତାରିଖରେ ବଞ୍ଚିତ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର…

ଓଡ଼ିଶା କଂଗ୍ରେସରେ ବଡ଼ ଅଦଳବଦଳ: ସନ୍ତୋଷ ସିଂ ସାଲୁଜାଙ୍କୁ ମିଳିଲା ପିସିସି ସଂଗଠନ ପ୍ରଭାରୀ ଦାୟିତ୍ୱ

ଭୁବନେଶ୍ୱର,୨।୩: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (PCC) ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ପିସିସି ସଭାପତି ଭକ୍ତ ଚରଣ ଦାସ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri