Posted inଖେଳ

Video: ଇଦ୍‌ ଶୁଭେଚ୍ଛା ଜଣାଇବା ପାଇଁ ୩୬ଥର ଟେକ୍‌ ନେଲେ ସ୍ତ୍ରୀ: ରାଗିଗଲେ ପାକିସ୍ତାନ ଖେଳାଳି

ଇସଲାମାବାଦ୍‌,୩୧।୩: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଖେଳାଳି ୱାସିମ ଆକ୍ରମ ସମସ୍ତଙ୍କୁ ଇଦ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଆକ୍ରମ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ତାଙ୍କ ସ୍ତ୍ରୀ ଶନାୟାରାଙ୍କ ସହିତ ନଜର ଆସିଛନ୍ତି। ଭିଡିଓରେ ଆକ୍ରମ ଏକ ଆକର୍ଷଣୀୟ କଥା ମଧ୍ୟ ପ୍ରକାଶ କରିଛନ୍ତି। ଏହି ଗୋଟିଏ ଭିଡିଓ ପାଇଁ ୩୬ଟି ଟେକ ନିଆଯାଇଥିଲା। ଯାହାଦ୍ୱାରା ଆକ୍ରମ ବିରକ୍ତ ହୋଇଯାଇଥିଲେ।

ଆକ୍ରମ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓଟି ଶେୟାର କରିଛନ୍ତି। ଆକ୍ରମ ଏବଂ ଶନାୟାରା କହିଛନ୍ତି,ଆଜି ଇଦ ପାଳନ କରୁଥିବା ସମସ୍ତଙ୍କୁ, ଅଷ୍ଟ୍ରେଲିଆର ମେଲବୋର୍ନରୁ ଇଦ ମୁବାରକ। ମୋର ଶୁଭେଚ୍ଛା, ପ୍ରାର୍ଥନା। ଏହା ଆମର ୩୬ତମ ଟେକ୍‌। ମୁଁ ଭୁଲ କରିଥିଲି କାରଣ ମାଡାମ ଭାବିଥିଲେ ଲାଇଟ୍‌ ଠିକ ନାହିଁ।

ଆକ୍ରମ ୩୦ ବର୍ଷ ବୟସରେ ହୁମା ନାମକ ଜଣେ ଝିଅକୁ ବିବାହ କରିଥିଲେ। ଉଭୟ ୧୯୯୫ ମସିହାରେ ବିବାହ କରିଥିଲେ। କିନ୍ତୁ କିଛି ସମୟ ପରେ ତାଙ୍କ ସ୍ତ୍ରୀ ଅସୁସ୍ଥ ହୋଇଗଲେ ଏବଂ ୨୦୦୯ରେ ସେ ଦୁନିଆକୁ ବିଦାୟ ଦେଲେ। ଏହା ପରେ ୨୦୧୧ରେ, ଆକ୍ରମ କମେଣ୍ଟ୍ରି ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ। ସେଠାରେ ସେ ସମାଜସେବୀ ଶନାୟରାଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ବନ୍ଧୁତା ବୃଦ୍ଧି ପାଇଲା।

୨୦୧୩ ମସିହାରେ ଆକ୍ରମ ଶନାୟରାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ସେମାନଙ୍କ ବୟସ ମଧ୍ୟରେ ୧୭ ବର୍ଷର ପାର୍ଥକ୍ୟ ଅଛି। ବିବାହବେଳେ ଆକ୍ରମଙ୍କର ବୟସ ୪୭ ବର୍ଷ ଥିବାବେଳେ ଶନାୟରାଙ୍କ ବୟସ ମାତ୍ର ୩୦ ବର୍ଷ ଥିଲା। ବିବାହର ଗୋଟିଏ ବର୍ଷ ପରେ, ସେମାନଙ୍କ ଔରସରେ ଏକ ଝିଅ ଜନ୍ମ ହେଲା। ଦୁହେଁ ତାଙ୍କର ନାମ ଆଏଲା ରଖିଛନ୍ତି।

ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ଆକ୍ରମଙ୍କର ଏକ ଚମତ୍କାର ଅନ୍ତର୍ଜାତୀୟ କ୍ୟାରିଅର ରହିଛି। ସେ ପାକିସ୍ତାନ ପାଇଁ ୧୦୪ଟି ଟେଷ୍ଟ ଏବଂ ୩୫୬ଟି ଦିନିକିଆ ଖେଳିଛନ୍ତି। ଆକ୍ରମ ଟେଷ୍ଟରେ ୪୧୪ ଏବଂ ଦିନିକିଆରେ ୫୦୨ ଉଇକେଟ ନେଇଛନ୍ତି। ସେ ଟେଷ୍ଟରେ ୨୮୯୮ ଏବଂ ଦିନିକିଆରେ ୩୭୧୭ ରନ ମଧ୍ୟ କରିଛନ୍ତି।

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର…

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

ହଠାତ୍ ଆକ୍ରମଣରେ ଥରିଲା ରୁଷିଆ, ହଜାରେରୁ ଅଧିକ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ

ମସ୍କୋ,୨୦ା୯: ରୁଷିଆ ଉପରେ ୟୁକ୍ରେନ୍‌ ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ କରିଛି । ରୁଷିଆର ଅଧିକାରୀଙ୍କ ଦାବି ଅନୁସାରେ, ବିଭିନ୍ନ ଅଞ୍ଚଳରେ ୧,୧୦୦ରୁ ଅଧିକ ୟୁକ୍ରେନୀୟ ଡ୍ରୋନ୍‌ ଉଡ଼ିଥିଲା।…

ଏଥର ପୋଲିସ ପାଳି, ବର୍ଦ୍ଦିରେ ରହି ସୋସିଆଲ ମିଡିଆରେ ଫଟୋ ଭିଡିଓ ପୋଷ୍ଟ କଲେ…

ଭୁବନେଶ୍ୱର,୨୦ା୯: ଏଣିକି ପୋଲିସ ପାଳି। ରାଜ୍ୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡ୍‌ଲାଇନ୍‌ ଜାରି…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଢ଼ିଲା ଚିନ୍ତା: ସମୁଦ୍ର ଛାଡ଼ି କୂଳମୁହାଁ ମତ୍ସ୍ୟଜୀବୀ, ଆଶଙ୍କାରେ ଲୋକେ

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସହିତ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଚିନ୍ତା ବାଇଛି। ଫଳରେ ବିଶେଷ କରି ଉପକୂଳ ଅଞ୍ଚଳ ପାରମ୍ପରିକ ମାଛ…

ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କ ଦେହାନ୍ତ, ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ତାଙ୍କର…

ନୂଆଦିଲ୍ଲୀ,୨୦ା୯: ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କର ମାତ୍ର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଘଟିବା ପରେ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?