ଘୋଡାହାଡ଼ ନଦୀରେ କୁମ୍ଭୀର ଥିବାନେଇ ଭିଡିଓ ଭାଇରାଲ୍‌

ହିଞ୍ଜିଳିକାଟୁ,୨୦।୮(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ନିକଟ ଘୋଡାହାଡ ନଦୀରେ କୁମ୍ଭୀର ଥିବା ନେଇ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହାକୁ ନେଇ ଅଞ୍ଚଳରେ ବିଭିନ୍ନ ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ଏହା ହିଞ୍ଜିଳିକାଟୁ ନିକଟ ଘୋଡାହାଡ ନଦୀର ଭିଡିଓ ବୋଲି ପ୍ରଚାର ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଛନକା ପଶିଛି। ଭାଇରାଲ ଭିଡିଓ ସମ୍ପର୍କରେ ଜାଣି ହିଞ୍ଜିଳିକାଟୁ ଫରେଷ୍ଟର ଘରମଣି ପାଣିଗ୍ରାହୀ ଏବଂ ଅନ୍ୟ କେତକ କର୍ମଚାରୀ ସ୍ଥାନୀୟ ଘୋଡାହାଡ ନଦୀର ବିଭିନ୍ନ ଅଞ୍ଚଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଭିଡିଓ ଏହି ଅଞ୍ଚଳର ନୁହେଁ, ଏହା ଏକ ମିଥ୍ୟା ଭାଇରାଲ ଭିଡିଓ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଗୁଜବରେ ଜନସାଧାରଣ ଭୟଭୀତ ନ ହେବାକୁ ବନ ବିଭାଗ ପକ୍ଷରୁ କୁହାଯାଇଛି।