ଫେସବୁକରୁ ପ୍ରେମ ପରେ ଅଶ୍ଲିଳ ଭିଡିଓ ଭାଇରାଲ, ଅଭିଯୁକ୍ତ ଯୁବକ ଗିରଫ

ବେଗୁନିଆପଡ଼ା,୩୦।୩(ଡି.ଏନ.ଏ): ପ୍ରଥମେ ଫେସବୁକରୁ ବନ୍ଧୁତା ପରେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଭିଡିଓ କଲରେ ଭିଡିଓ ଶୁଟ କରି ଥିଲା ପ୍ରେମିକ। ଆଉ ତାପରେ ସମୟ ସୁବିଧା ଦେଖି ଖରାପ ଭିଡିଓ ଶୁଟ କରିବା ସହ ସୋସିଆଲ ମିଡିଆରେ ଭାଇରାଲ କରିଥିଲା। ଏଭଳି ଏକ ଅଭିଯୋଗ ପାଇବା ପରେ ଗୁରୁବାର ଗଞ୍ଜାମ ଜିଲା କୋଦଳା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି। ସୂଚନାନୁଯାୟୀ, କୋଦଳା ଥାନା ଅନ୍ତର୍ଗତ କଞ୍ଚଣାର ଜଣେ ବିବାହିତା ମହିଳା ଢେଙ୍କାନାଳର ବଉଳପୁର ଗ୍ରାମର ଚନ୍ଦୁ ବିହାରୀ ନାମକ ଜଣେ ଯୁବକଙ୍କ ସହିତ ଫେସବୁକରେ ବନ୍ଧୁତା ସ୍ଥାପନ କରିଥିଲେ। ପରେ ପରେ ଉଭୟଙ୍କ ମଧ୍ୟରେ ମୋବାଇଲ ଯୋଗେ ବାର୍ତ୍ତାଳାପ ହେବା ପରେ ଯୁବକ ଜଣଙ୍କ ପ୍ରେମ ଜାଲରେ ଫସାଇଥିଲା। କିଛି ଦିନ ପରେ ଭିଡିଓ କଲରେ ଅଶ୍ଲିଳ ଭିଡିଓ କରାଇ ମହିଳାଙ୍କୁ ଶାରିରୀକ ସମ୍ପର୍କ ସ୍ଥାପନ ପାଇଁ ବାଧ୍ୟ କରିଥିଲା ଯୁବକ। ଏ ନେଇ ମହିଳା ଜଣଙ୍କ କୋଦଳା ଥାନାରେ ଅଭିଯୋଗ କରିବା ପରେ କୋଦଳା ଥାନାଧିକାରୀ ଉମାକାନ୍ତ ସାହୁଙ୍କ ନେତୃତ୍ୱରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।