କାଠମାଣ୍ଡୁ,୩।୧: ନେପାଳର ସୋଲୁଖୁମ୍ବୁରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ଦୁଇଟି ହେଲିକପ୍ଟର ପରସ୍ପର ସହ ଧକ୍କା ହେବା ଫଳରେ ବଡ଼ଧରଣର ଆତଙ୍କ ସୃଷ୍ଟି ହୋଇଛି। ଏହି ଘଟଣାରେ ଜଣେ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଛି। ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି।
ନେପାଳର ଏଭରେଷ୍ଟ ଅଞ୍ଚଳରେ ମଙ୍ଗଳବାର ସକାଳ ପ୍ରାୟ ୮ଟା ୧୫ ସମୟରେ ଏହି ଦୁର୍ଘଟଣା ଘଟିଛି। ସେତେବେଳେ ହେଲିକପ୍ଟରଗୁଡ଼ିକ ଫେରିଚେ (Pheriche) ଠାରେ ଅବତରଣ କରିବାକୁ ଚେଷ୍ଟା କରୁଥିଲେ। ସୋଲୁଖୁମ୍ବୁ ଜିଲାର ଫେରିଚେ ହେଲିପ୍ୟାଡରେ ଏହି ଧକ୍କା ହୋଇଥିଲା। ସୂଚନା ଅନୁଯାୟୀ, ଏହି ହେଲିକପ୍ଟରଗୁଡ଼ିକ ‘ଫିସ୍ଟେଲ ଏୟାର’ (Fishtail Air) ଏବଂ ‘ଏୟାର ଡାଇନାଷ୍ଟି’ (Air Dynasty) କମ୍ପାନୀର ଅଟେ। ଖବର ମୁତାବକ, ଅବତରଣ ସମୟରେ ଉଭୟ ହେଲିକପ୍ଟରର ରୋଟର୍ ବ୍ଲେଡ (ପଙ୍ଖା) ପରସ୍ପର ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ମୁଖ୍ୟ ଜିଲା ଅଧିକାରୀ କାମନ ସିଂହ ଥାପା ମଗର କହିଛନ୍ତି ଯେ, ଫିସ୍ଟେଲ ଏୟାର ଏବଂ ଏୟାର ଡାଇନାଷ୍ଟିର ହେଲିକପ୍ଟରଗୁଡ଼ିକ ଫେରିଚେ ହେଲିପ୍ୟାଡରେ ଓହ୍ଲାଉଥିବା ବେଳେ ଏହି ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଜଣେ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
सोलुखुम्बुमा फिस्टल एयर र एयर डाइनेष्टीको हेलिकोप्टर यसरी ठोक्कियो।👇️ #nepal #BreakingNews #everyoneシ゚ https://t.co/5nGYO8noK2
— Nirmal Prasai🇳🇵 (@NirmalPrasai5) November 3, 2026
ଭାଇରାଲ ହୋଇଥିବା ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, ଉଭୟ ହେଲିକପ୍ଟର ଏକା ସମୟରେ ପରସ୍ପରର ନିକଟରେ ଅବତରଣ କରୁଥିଲେ। ଅବତରଣ ସମୟରେ କେତେକ ଲୋକ ମଧ୍ୟ ପାଖରେ ଛିଡ଼ା ହୋଇଥିଲେ। ଯେତେବେଳେ ହେଲିକପ୍ଟରଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହେଲା, ସେତେବେଳେ ସମସ୍ତେ ଦୌଡ଼ି ପଳାଇବାକୁ ଲାଗିଲେ।