Posted inUncategorized

Video: ଚାମ୍ପିଅନ୍ସ ଟ୍ରଫିରେ ଘଟିଥାନ୍ତା ବଡ଼ ଅଘଟଣ, ରୋହିତଙ୍କ ଯୋଗୁ ବିପଦରେ ପଡ଼ିଲା ଜୀବନ…

ଦୁବାଇ,୪।୩: ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ଜଣାଶୁଣା। ଯେବେବି ସେ ଶଟ୍‌ ଖେଳନ୍ତି ବିରୋଧି ଅଧିନାୟକ ଚିନ୍ତାରେ ପଡ଼ିଯାଆନ୍ତି। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚ୍‌ରେ ରୋହିତ ଅମ୍ପାୟାରଙ୍କ ଜୀବନକୁ ବିପଦରେ ପକାଇ ଦେଇଥିଲେ। ସୌଭାଗ୍ୟବଶତଃ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା।

ଅଷ୍ଟ୍ରେଲିଆଠାରୁ ୨୬୫ ରନ୍‌ର ଟାର୍ଗେଟ ମିଳିବା ପରେ ଓପନିଂ କରିବାକୁ ଓହ୍ଲାଇଥିଲେ ରୋହିତ। ସେ ଆରମ୍ଭରୁ ଜୋରଦାର ଶଟ୍‌ ଖେଳିଥିଲେ। ଏମିତିରେ ସେ ଏଭଳି ଏକ ଶଟ୍‌ ଖେଳିଥିଲେ, ଯାହା ସମସ୍ତଙ୍କୁ ଡରାଇ ଦେଇଥିଲା। ଇନିଂସର ୬ଷ୍ଠ ଓଭରରେ ନାଥନ ଏଲିସ ବୋଲିଂ କରୁଥିବା ବେଳେ ଏଭଳି କିଛି ଘଟିଥିଲା।

ଓଭରର ଅନ୍ତିମ ବଲ୍‌ରେ ରୋହିତ ଆକ୍ରାମକ ବ୍ୟାଟିଂ କରି ଶଟ୍‌ ଖେଳିଥିଲେ। ଏହା ଦ୍ରୁତ ବେଗରେ ଅମ୍ପାୟାର କ୍ରିସ ଗାଫନିଙ୍କ ଆଡ଼କୁ ଦ୍ରୁତ ବେଗରେ ଯାଇଥିଲା। ପ୍ରତିକ୍ରିୟା ରଖିବାକୁ ଅମ୍ପାୟାରଙ୍କ ପାଖରେ ସମୟ ନ ଥିଲା। କିଛି ମାଇକ୍ରୋସେକେଣ୍ଡ ମଧ୍ୟରେ ସେ ଫୁର୍ତ୍ତି ଦେଖାଇ ତୁରନ୍ତ ତଳକୁ ନଇଁ ପଡ଼ିଥିଲେ।

ଏହି ଶଟ୍‌ଟି ଅମ୍ପାୟାରଙ୍କ ବହୁତ ନିକଟରୁ ବାଉଣ୍ଡ୍ରିକୁ ଚାଲି ଯାଇଥିଲା। ସେ ଯଦି ନଇଁ ନ ଥାନ୍ତେ ତେବେ ବଲ୍‌ଟି ତାଙ୍କ ମୁଣ୍ଡରେ ଲାଗି ଥାନ୍ତା। ବଡ଼ ଦୁର୍ଘଟଣା ଘଟିଯାଇଥିଲା। ଏହା ଟଳି ଯିବା ପରେ ରୋହିତଙ୍କ ସହ ସେ ମଧ୍ୟ ଆଶ୍ୱସ୍ତ ହୋଇଥିଲେ। ସେ ଏଭଳି ଦୁର୍ଘଟଣାରୁ କିଭଳି ନିଜକୁ ବଞ୍ଚାଇଲେ ତାହା ଉପରେ ବିଶ୍ୱାସ କରିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଇତିହାସରେ ଲିପିବଦ୍ଧ ହେବ ତାଙ୍କ ନାମ’: ଗ୍ରୀନଲାଣ୍ଡ ପ୍ରତି ଟ୍ରମ୍ପଙ୍କ ଧମକ ଉପରେ ପ୍ରତିକ୍ରିୟା ରଖିଲା ରୁଷିଆ, ରାଗୁଛି ଚାଇନା

ଓ୍ବାଶିଂଟନ,୨୦।୧: ଗ୍ରୀନଲାଣ୍ଡର ମିଶ୍ରଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ଉପରେ ଏବେ ରୁଷିଆ ଏବଂ ଚାଇନା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରୁଷିଆ କହିଛି...

ଗୌତମ ଗମ୍ଭୀର ହାଏ ହାଏ ସ୍ଲୋଗାନ ଶୁଣି ଏମିତି ପ୍ରତିକ୍ରିୟା ଦେଲେ ବିରାଟ କୋହଲି: Video ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଇନ୍ଦୋର,୨୦।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି। ନ୍ୟୁଜିଲାଣ୍ଡ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୧-୨ରେ ଜିତିଛି। ସିରିଜର ତୃତୀୟ...

ପୂଜାର୍ଚ୍ଚନା ପରେ ଦାୟିତ୍ୱ ସମ୍ଭାଳିବେ ନୀତିନ ନବୀନ

ନୂଦିଲ୍ଲୀ,୨୦।୧: ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ ସଭାପତି ନୀତିନ ନବୀନ ଏବେ ଦଳର ଦ୍ୱାଦଶ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ। ଏହି ପଦ ଗ୍ରହଣ କରିବା ପୂର୍ବରୁ...

ହାଇକୋର୍ଟଙ୍କ ନିର୍ଦ୍ଦେଶ, ୧୫ ଦିନ ଭିତରେ ଅଙ୍ଗନବାଡ଼ି କର୍ମୀଙ୍କୁ ବକେୟା ଦରମା…

କଟକ,୨୦।୧: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଅଙ୍ଗନବାଡିକର୍ମୀଙ୍କ ବକେୟା ଦରମା ୧୫ ଦିନ ଭିତରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନହେଲେ ସୁଧ ଦେବା...

ସମୁଦ୍ର କୁଳ ଲଙ୍ଗିବା ପ୍ରସଙ୍ଗ: ଏନଆଇଓଟି ଟିମର ସର୍ଭେ ଆରମ୍ଭ

ଛତ୍ରପୁର,୨୦।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଗାଁ ସମୁଦ୍ର କୂଳନିକଟରେ ରହିଥିବା ଯୋଗୁ ସମୁଦ୍ର ଧିରେ ଧିରେ କୂଳ ଲଙ୍ଘୁଛି ଯାହାଫଳରେ ଭୟଭୀତ...

ଅଶ୍ଳୀଳ ଭିଡିଓ ମାମଲାରେ କର୍ନାଟକ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ଡିଜିପି ରାମଚନ୍ଦ୍ର ରାଓ ନିଲମ୍ବିତ

ବେଙ୍ଗାଲୁରୁ,୨୦।୧: ସୁନା ଚୋରା ଚାଲାଣ ଅଭିଯୁକ୍ତ ରାଣା ରାଓଙ୍କ ପିତା ଏବଂ ଜଣେ ଡିଜିପି-ର଼୍ୟାଙ୍କର ଅଧିକାରୀ ରାମଚନ୍ଦ୍ର ରାଓଙ୍କ କାର୍ଯ୍ୟାଳୟରେ ଅନୁପଯୁକ୍ତ ଆଚରଣ ପ୍ରଦର୍ଶନ କରୁଥିବାର...

ସାଇବର ଠକେଇ ଅଭିଯୋଗରେ ପୋବଳ ଗାଁରେ ପୋଲିସର ଚଢ଼ାଉ, ଲକ୍ଷାଧିକ ଟଙ୍କା ଜବତ ସହ ୩…

ଧର୍ମଶାଳା, ୨୦|୧ (ଶିବ ପ୍ରସାଦ ମହାନ୍ତି):  ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପଞ୍ଚାୟତ ପୋବଳ ଗାଁରେ ରାତି ଅଧିଆ ଚଢ଼ାଉ କଲା ପୋଲିସ । ସୋମବାର...

ଓଡିଶାରେ ବିଧାନ ପରିଷଦ ସୁନିଶ୍ଚିତ: ରାଜନୀତି ସରଗରମ, ଜାଣନ୍ତୁ ଭିତିରି କଥା

ଭୁବନେଶ୍ୱର, ୨୦।୧(ସୁନିତ୍‌ ମିଶ୍ର):ରାଜ୍ୟରେ ବିଧାନପରିଷଦ ଗଠନ ହେବ ଏହାଦ୍ୱାରା ଯୁବଗୋଷ୍ଠୀଙ୍କୁ ସୁଯୋଗ ମିଳିବ, ଏହି କଥା କହି ୨୦୧୪ ଏବଂ ୨୦୧୯ ନିର୍ବାଚନ ସମୟରେ ଏକାଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri