Posted inଜାତୀୟ

ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ଗାଧୋଉଥିବା ଭିଡ଼ିଓ ଭାଇରାଲ, ଜଣେ ଛାତ୍ରୀଙ୍କୁ ହାର୍ଟ ଆଟାକ୍‌…

ମୋହାଲି, ୧୮।୯ : ପଞ୍ଜାବର ମୋହାଲିରେ ଜଣାଶୁଣା ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଛି। ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀ ଅନ୍ୟ ୬୦ ଛାତ୍ରୀଙ୍କ ଗାଧୋଉଥିବା ସମୟର ଭିଡ଼ିଓ ତିଆରି କରି ଏହାକୁ ଶିମଲାରେଥିବା ଜଣେ ବନ୍ଧୁଙ୍କ ମାଧ୍ୟମରେ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ଛାତ୍ରୀମାନେ ଏହା ଜାଣିବା ମାତ୍ରେ ବିଶ୍ୱବିଦ୍ୟାଳୟରେ ଶନିବାର ବିଳମ୍ବିତ ରାତ୍ରରେ ଉତ୍ତେଜନା ଦେଖାଦେଇଥିଲା।

ଛାତ୍ରୀମାନେ ଏହାକୁ ବିରୋଧ ବିରୋଧ କରିବା ସହ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହି ସମୟରେ ଜଣେ ଛାତ୍ରୀଙ୍କର ହାର୍ଟ ଆଟାକ୍‌ ହେବା ସହିତ କିଛି ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତା ଛାତ୍ରୀଙ୍କୁ ଗିରଫ କରିଥିଲେ।

ଏସଏସପି ବିବେକ ସୋନି କହିଛନ୍ତି ଯେ ଏହି ମାମଲା ତାଙ୍କ ନଜରକୁ ଆସିଛି। ଜଣେ ଛାତ୍ରୀଙ୍କର ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା। ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ବିଶ୍ୱବିଦ୍ୟାଳୟ ହଷ୍ଟେଲର ଜଣେ ଛାତ୍ରୀ ପ୍ରତିଦିନ ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କର ଭିଡିଓ ତିଆରି କରୁଥିଲେ। ସେ କେବଳ ପୋଷାକ ବଦଳାଇବା କିମ୍ବା ଗାଧୋଇବା ସମୟରେ ଏହି ଭିଡିଓ ତିଆରି କରୁଥିଲେ। ଯାହା ପରେ ସେ ନିଜ ସାଙ୍ଗଙ୍କ ପାଖକୁ ପଠାଉଥିଲେ। ଛାତ୍ରୀମାନେ ତାଙ୍କୁ କିଛି ଦିନ ହେବ ନୋଟିସ କରୁଥିଲେ। କିନ୍ତୁ ଶନିବାର ଛାତ୍ରୀମାନେ ତାଙ୍କୁ ପ୍ରମାଣ ସହିତ ଧରିଥିଲେ।

ଏହା ପରେ ଅନୁଷ୍ଠାନର ଅଧିକାରୀମାନଙ୍କୁ ସୂଚନା ଦିଆଯାଇଥିଲା। ତାଙ୍କୁ ପଚରାଉଚରା କରାଯାଇଥିଲା। ଏହି ସମୟରେ ଛାତ୍ରୀ ଜଣଙ୍କ ସ୍ବୀକାର କରିଥିଲେ ଯେ ସେ ନିଜ ସାଙ୍ଗଙ୍କ ପାଖକୁ ଭିଡିଓ ପଠାଉଥିଲେ। ସେ କେବଳ ନିଜ ବନ୍ଧୁଙ୍କ ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟ କରୁଥିଲେ।
ଛାତ୍ରୀମାନେ ଯେତେବେଳେ ଜାଣିବାକୁ ପାଇଲେ ଯେ ସେମାନଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ସେତେବେଳେ ସେମାନଙ୍କର ହୋସ୍‌ ଉଡ଼ିଗଲା। ଏହି ସମୟରେ ଜଣେ ଛାତ୍ରୀଙ୍କର ଭାଇରାଲ ଭିଡିଓ ଦେଖିବା ପରେ ହାର୍ଟ ଆଟାକ ହୋଇଥିଲା। ଛାତ୍ରୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ବାଧ୍ୟତାମୂଳକ ଭାବେ ବିଶ୍ୱବିଦ୍ୟାଳୟର ଫାଟକ ମଧ୍ୟ ବନ୍ଦ କରିବାକୁ ପଡିଲା। ଏହି ଘଟଣାର ତଦନ୍ତ ଚାଲିଥିବା ପୋଲିସ କହିଛି।

ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ହିମାଚଳର ଛାତ୍ରୀମାନେ ବିଶ୍ୱବିଦ୍ୟାଳୟକୁ ପଢ଼ିବାକୁ ଆସିଥାନ୍ତି। ଅଭିଯୁକ୍ତ ା ଛାତ୍ର ୀପ୍ରଥମ ବର୍ଷ ଏମବିଏରେ ପଢୂଛନ୍ତି। ଏହି ମାମଲାରେ କେତେକ ଛାତ୍ରୀଙ୍କର ଡିହାଇଡ୍ରେଶନ ହେବାରୁ ସେମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଏସଏସପି ସୋନି କହିଛନ୍ତି ଯେ ଫୋରେନସିକ ପ୍ରମାଣ ସଂଗ୍ରହ କରାଯାଉଛି। ଏପର୍ଯ୍ୟନ୍ତ କୌଣସି ଆତ୍ମହତ୍ୟା ଉଦ୍ୟମ ହୋଇନାହିଁ। ଛାତ୍ରୀଙ୍କ ଡାକ୍ତରୀ ରେକର୍ଡ ରେକର୍ଡରେ ନିଆଯାଇଛି। କୌଣସି ଗୁଜବ ପ୍ରତି ଧ୍ୟାନ ଦିଅନ୍ତି ନାହିଁ ବୋଲି ସେ ଅନୁରୋଧ କରିଛନ୍ତି।

ପଞ୍ଜାବ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ମନୀଷା ଗୁଲାଟି କହିଛନ୍ତି ଯେ ଏହା ଏକ ଗୁରୁତର ବିଷୟ, ଏହାର ତଦନ୍ତ କରାଯାଉଛି। ମୁଁ ସମସ୍ତ ଛାତ୍ରୀଙ୍କ ମାତାପିତାଙ୍କୁ ଆଶ୍ୱାସନା ଦିଆଯାଉଛି ଯେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପଞ୍ଜାବ ସ୍କୁଲ ଶିକ୍ଷା ମନ୍ତ୍ରୀ ଏଚ.ଏସ ବାଇନ୍ସ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛନ୍ତି ଏବଂ ଦୋଷୀଙ୍କ ପ୍ରତି ଦଣ୍ଡବିଧାନ କରାଯିବ ବୋଲି ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri