Posted inଖେଳ

ରୋହିତ ଆଉଟ ନା ନଟ ଆଉଟ ନେଇ ଭିଡିଓ ଭାଇରାଲ…

ଅହମଦାବାଦ,୨୨।୧୧ : ତୃତୀୟ ଥର ପାଇଁ ବିଶ୍ୱକପ ଜିତିବାର ଭାରତୀୟ ଦଳର ସ୍ବପ୍ନ ଫାଇନାଲରେ ଅଷ୍ଟ୍ରେଲିଆ ଦ୍ୱାରା ସଫଳ ହୋଇ ପାରି ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶଂସକମାନେ ଭାରତୀୟ ଦଳର ପରାଜୟକୁ ଭୁଲି ପାରି ନାହାନ୍ତି। ଏବେ ସୋସିଆଲ ମିଡିଆରେ ଅନେକ ଦାବି ହେଉଛି ଫାଇନାଲରେ ଟିମ ଇଣ୍ଡିଆ ସହିତ ପ୍ରତାରଣା କରାଯାଇଛି।

ଟ୍ରାଭିସ ହେଡ ନେଇଥିବା ରୋହିତ ଶର୍ମାଙ୍କ କ୍ୟାଚ ବିଷୟରେ ସୋସିଆଲ ମିଡିଆରେ ଏବେ ଅନେକ ଦାବି କରାଯାଉଛି। କିଛି ପ୍ରଶଂସକ ଦାବତ କରୁଛନ୍ତି ଟ୍ରାଭିସ ଏହି କ୍ୟାଚ ଛାଡିଥିଲେ ମଧ୍ୟ ରୋହିତଙ୍କୁ ଆଉଟ କରା ଯାଇଥିଲା। ତେବେ ଏହି ଦାବିରେ କୌଣସି ସତ୍ୟତା ନାହିଁ।

ୟୁଟ୍ୟୁବ, ଫେସବୁକ, ଇନଷ୍ଟାଗ୍ରାମ ଏବଂ ଏକ୍ସରେ ଥିବା ଅନେକ ଆକାଉଣ୍ଟ ରୋହିତ ଶର୍ମାଙ୍କ ୱିକେଟ ସମ୍ବନ୍ଧରେ ଭିଡିଓ ଶେୟାର କରି ୟୁଜର ଭିନ୍ନ ଭିନ୍ନ ଦାବି କରୁଛନ୍ତି। ଅନେକ ପ୍ରଶଂସକ କହୁଛନ୍ତି ଟ୍ରାଭିସ ହେଡ ରୋହିତଙ୍କୁ କ୍ୟାଚ ଧରି ନ ଥିଲେ ସେ କ୍ୟାଚ ମିସ କରିଥିଲେ ଏବଂ ରୋହିତଙ୍କୁ ଭୁଲ ଭାବରେ ଆଉଟ କରାଯାଇଥିଲା। ଚତୁର୍ଥ ଅମ୍ପାୟାର ପର୍ଯ୍ୟନ୍ତ ଫିଲ୍ଡ ଅମ୍ପାୟାର ଏହାକୁ ଅଣଦେଖା କରିଥିଲେ। ଟ୍ରାଭିସ ହେଡଙ୍କର କ୍ୟାଚ ଡ୍ରପ କରିବାର ଏକ ନକଲି ଭିଡିଓ ମଧ୍ୟ କିଛି ଆକାଉଣ୍ଟ ଦ୍ୱାରା ଶେୟାର କରାଯାଉଛି। ଯାହା ଅନେକ ପ୍ରଶଂସକ ସତ୍ୟ ବୋଲି ବିଶ୍ୱାସ କରୁଛନ୍ତି ଯଦିଓ ସେପରି କିଛି ହୋଇ ନ ଥିଲା ।

ବାସ୍ତବରେ, ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଭିଡିଓ ସବୁ ମିଥ୍ୟା ଅଟେ। ପ୍ରକୃତ ଭିଡିଓ ଦେଖିଲା ପରେ ରୋହିତଙ୍କ କ୍ୟାଚ ଧରିବା ବିଷୟରେ ସୋସିଆଲ ମିଡିଆରେ କରାଯାଉଥିବା ସମସ୍ତ ଦାବି ମିଥ୍ୟା ବୋଲି ଜଣାପଡୁଛି। ଆଇସିସି ନିଜେ ଏହି ଶୋ’ର ଭିଡିଓକୁ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛି।

ମ୍ୟାଚ ସମୟରେ ମଧ୍ୟ ଟ୍ରାଭିସ ହେଡ ନେଇଥିବା ଏହି କ୍ୟାଚର ଭିଡିଓ ଅନେକ ଥର ଦେଖାଯାଇଥିଲା, ଯେଉଁଥିରେ ସ୍ପଷ୍ଟ ଭାବେ ଦେଖାଯାଉଛି ଟ୍ରାଭିସ ରୋହିତଙ୍କ କ୍ୟାଚ ସଠିକ ଭାବେ ଧରିଥିଲେ । କିଛି ୟୂଜର କେତେକ ଆକାଉଣ୍ଟରୁ ଏପରି ମିଥ୍ୟା ସୂଚନା ପ୍ରସାର କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

‘ଯଦି କିଛି ହେବ ତେବେ ସମ୍ପୂର୍ଣ୍ଣ ଇରାନକୁ ଉଡାଇଦେବି’, କାହିଁକି ଏମିତି ଧମକ ଦେଲେ ଟ୍ରମ୍ପ? ଜାଣନ୍ତୁ ଏହା ପଛର ବଡ଼ କାରଣ

ଓ୍ବାଶିଂଟନ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ମୃତ୍ୟୁ ଧମକ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ‘ଯଦି କିଛି ହୁଏ...

ଚାଲିଥିଲା ଜୁଆ ଖେଳ, ଅଚାନକ ଚଢାଉ କଲା ପୋଲିସ, ଆଉ ତା’ପରେ…

ଛତ୍ରପୁର, ୨୧।୧ ( ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ପୋଲିସ ପକ୍ଷରୁ ଚିକଲଖଣ୍ଡିଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରି ୮...

ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ନିକଟତର..ପୁଣି ବିଶ୍ୱରେ ଚହଳ ପକାଇଲା ଟ୍ରମ୍ପଙ୍କ ମନ୍ତବ୍ୟ

ଓ୍ବାଶିଂଟନ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମିଛ ଦାବି କରିଛନ୍ତି। ସେ ୨୦୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ...

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

ସ୍ବିଜରଲାଣ୍ଡ ଯାଉଥିଲେ ଟ୍ରମ୍ପ, ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ହଠାତ୍‌ ଖରାପ ହେଲା ବିମାନ, ତା’ପରେ..

ଓ୍ବାଶିଂଟନ୍‌,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ସ୍ବିଜରଲାଣ୍ଡର ଡାଭୋସ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ, ଉଡ଼ାଣ ଆରମ୍ଭ ହେବାର...

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri