Categories: ଜାତୀୟ

ଚାଷୀଙ୍କୁ ପଛପଟୁ ଦଳି ଦେଇଥିଲା ଏସ୍‌ୟୁଭି; ସାମ୍ନାକୁ ଆସିଲା ଭିଡିଓ

ଲକ୍ଷ୍ନୌ,୫।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲାରେ ଆନ୍ଦୋଳନକାରୀ ଚାଷୀଙ୍କ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର କାର ମାଡ଼ିଯିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ପୂରା ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଭାଜପା ଏମ୍‌ପି ବରୁଣ ଗାନ୍ଧୀ। ଭିଡିଓରେ ସ୍ଲୋଗାନ ଦେଇ ଯାଉଥିବା ଆନ୍ଦୋଳନକାରୀଙ୍କ ଗ୍ରୁପ୍‌କୁ ଏକ ଏସ୍‌ୟୁଭି ପଛଆଡୁ ଦଳି ଦେଇଥିଲା। ଭିଡିଓଟି ସ୍ପଷ୍ଟ ନ ଥିବାରୁ ଏସ୍‌ୟୁଭିର ଡ୍ରାଇଭିଂ ସିଟ୍‌ରେ ବସିଥିବା ବ୍ୟକ୍ତିଙ୍କୁ ଚିହ୍ନିବା କଷ୍ଟକର।

ତେବେ ଭିଡିଓକୁ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି। ଏହାକୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶେୟାର କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି।

”ନରେନ୍ଦ୍ର ମୋଦି ସାର, ଆପଣଙ୍କ ସରକାର ବିନା କୌଣସି ନିର୍ଦ୍ଦେଶ କିମ୍ବା ଏଫ୍‌ଆଇଆରରେ ଗତ ୨୮ ଘଣ୍ଟା ହେଲା ମୋତେ ହାଜତରେ ରଖିଛି। ଅନ୍ନଦାତା(ଚାଷୀ)ଙ୍କୁ ଦଳି ଦେଇଥିବା ବ୍ୟକ୍ତିଙ୍କୁ ଏପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇନାହିଁ?“ ବୋଲି ପ୍ରିୟଙ୍କା ମଙ୍ଗଳବାର ସକାଳେ ଟୁଇଟ୍‌ କରିଛନ୍ତି।

Share