Categories: ଜାତୀୟ

ସ୍ତ୍ରୀଙ୍କୁ ପିଟୁଥିଲେ ଡିଜି: ନ୍ୟାୟ ମାଗିଲେ ପୁଅ

ଭୋପାଳ,୨୮।୯: ମଧ୍ୟପ୍ରଦେଶର ଭୋପାଳରେ ଜଣେ ଡିଜି ସ୍ତ୍ରୀଙ୍କୁ ନିର୍ମମ ଭାବେ ପିଟୁଥିବା ଭିଡିଓ ସୋସିଆଲ ଭାଇରାଲ ହୋଇଛି। ଏହି ଭିଡିଓଟି ସ୍ପେଶାଲ ଡିଜି ପରୁଷୋତ୍ତମ ଶର୍ମାଙ୍କ ବୋଲି ଜଣାପଡିଛି। ଭିଡିଓଟିକୁ ତାଙ୍କ ପୁଅ ରାଜ୍ୟ ଗୃହମନ୍ତ୍ରୀ, ପୋଲିସ ମହାନିର୍ଦ୍ଦେଶକ, ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ନିକଟକୁ ପଠାଇଛନ୍ତି। ପିତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପୁଅ ଦାବି କରିଛନ୍ତିି।
ମିଳିଥିବା ସୂଚନା ଅନୁଯାୟୀ, ଜଣେ ମହିଳା ବନ୍ଧୁଙ୍କ ସହ ପୁରୁଷୋତ୍ତମଙ୍କୁ ସ୍ତ୍ରୀ ଧରିଦେବାରୁ ଏଥିରେ ଉତ୍ତକ୍ଷିପ୍ତ ହୋଇ ଡିଜି ଏଭଳି ମାରପିଟ୍‌ କରିଥିବା ଜଣାପଡିଛି। ଶର୍ମା ସ୍ତ୍ରୀଙ୍କୁ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ହସ୍ତକ୍ଷେପ ନ କରିବାକୁ ଧମକ ଦେଇଥିଲେ। ଏହି ଘଟଣାଟି ଘରେ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ପୁଅ ଏହି ଘଟଣା ବିଷୟରେ ଜାଣିବା ମାତ୍ରେ ସେ ଏହାର ଦୁଇଟି ଭିଡିଓ ଗୃହମନ୍ତ୍ରୀ ତଥା ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ନିକଟକୁ ପଠାଇଥିଲେ। ପ୍ରଥମ ଭିଡିଓ ହେଉଛି ୭.୧୩ ମିନିଟର ହୋଇଥିବାବେଳେ ଦ୍ୱିତୀୟ ଭିଡିଓ ହେଉଛି ୪.୪୭ ମିନିଟର। ଅନ୍ୟପକ୍ଷରେ, ପୋଲିସ ଏହି ଘଟଣା ବିଷୟରେ କୌଣସି ପ୍ରତିକ୍ରିୟା ଦେବାକୁ ମନାକରିଦେଇଥିଲା।

Share