Categories: ଫୁରସତ

କୁନି ବାଳକଙ୍କ ସ୍ବଦେଶୀ କୌଶଳରେ ନିର୍ମିତ ଜେସିବି, ଭାଇରାଲ ହେଉଛି ଫଟୋ

ଜେସିବି ସାହାଯ୍ୟରେ ମାଟି ଖୋଳା ଯାଉଥିବା ପ୍ରାୟ ସମସ୍ତେ ଦେଖିଥିବେ। ମାତ୍ର ଏବେ ସୋସିଆଲ ମିଡିଆରେ ଏମିତି ଏକ ଜେସିବି ଭାଇରାଲ ହେଉଛି ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଏହି ମେଶିନି ସ୍ବଦେଶୀ କୌଶଳରେ ନିର୍ମାଣ କରାଯାଇଛି। ଏହି ଜେସିବକୁ ଜଣେ ଛୋଟ ପିଲା ତିଆରି କରିଛି। ଖାଲି ଯେ, ତିଆରି କରିଛନ୍ତି ତାହା ନୁହେଁ, ଏହା ସାହାଯ୍ୟରେ ମାଟି ବି ଉଠାଉଛନ୍ତି। ଭିଡିଓ ଦେଖିବା ପରେ ଯିଏ କେହି ଆଶ୍ଚର୍ଯ୍ୟ ହୋଇଯିବେ। ୟୁଜରମାନେ ଏହି ଭିଡିଓକୁ ଏତେ ମାତ୍ରାରେ ପସନ୍ଦ କରିଛନ୍ତି, ସେମାନେ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ପିଲାଟିର ସ୍ବଦେଶୀ କୌଶଳକୁ ମାନିବାକୁ ପଡ଼ିବ। ଏମିତି ଦେଶୀ ଯୋଗାଡ଼ କେବେ ଦେଖିନି। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଜେସିବି ବି ପଛରେ ପଡ଼ିଯିବ।

Share