Categories: ଫୁରସତ

ହାତ ଥିବା ଚଢ଼େଇ ଭିଡିଓ

ନୂଆଦିଲ୍ଲୀ: ଚଢ଼େଇମାନଙ୍କର ଯଦି ହାତ ଥାନ୍ତା, ତେବେ ସେମାନେ ବି ମଣିଷଙ୍କ ଭଳି ବିଭିନ୍ନ ପ୍ରକାର କାମ କରିପାରିଥାନ୍ତେ। ଏମିତି ଏକ ଭାବନାକୁ ଏବେ ଟୁଇଟରରେ ରୂପ ଦେଇଛନ୍ତି କର୍ଲି କିଡ୍‌ ଲାଇଫ୍‌। ବିଭିନ୍ନ ପ୍ରକାର ପକ୍ଷୀଙ୍କର ହାତ ଥିବାରୁ ସେମାନେ କରୁଥିବା ଅନେକ କାମକୁ ନେଇ ସେ ଏକ କଳ୍ପନାତ୍ମକ ଭିଡିଓ ପ୍ରସ୍ତୁତ କରିଛନ୍ତି ଯାହା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଚଢ଼େଇଙ୍କର ଏହି କଳ୍ପନାତ୍ମକ ଭିଡିଓରେ ବହୁ କିସମର ଚଢ଼େଇ ଅଛନ୍ତି ଯେଉଁମାନେ ହାତ ଥିବା ଯୋଗୁଁ ମଣିଷ ଭଳି ସବୁ କାମ କରି ପାରୁଛନ୍ତି। ଚଢେଇମାନେ ସେଲ୍‌ଫି ନେଇପାରୁଛନ୍ତି, ବାସନ ସଫା କରି ପାରୁଛନ୍ତି, ଗୀଟାର ବଜାଇ ପାରୁଛନ୍ତି, ମାର୍କେଟିଂ କରିପାରୁଛନ୍ତି, ଅଫିସ୍‌ ଯାଉଛନ୍ତି ଏବଂ ସ୍କୁଲ ଯାଇ ପାଠ ପଢୁଛନ୍ତି, ଜିମ୍‌ ଯାଉଛନ୍ତି ଇତ୍ୟାଦି ସବୁ କାମ କରିପାରୁଛନ୍ତି। କାଉ, ଓଟ, ପାରା, ବତକ, ପେଙ୍ଗୁଇନ୍‌ ଆଦି ଚଢ଼େଇଙ୍କୁ ଏହି ଭିଡିଓରେ ଦେଖିବାକୁ ମିଳୁଛି। ତେବେ ସୋସିଆଲ୍‌ ମିଡିଆରେ ଏହି ଭିଡିଓକୁ ଶେୟାର କରିବା ପରେ ବହୁସଂଖ୍ୟାରେ ଲୋକ ଏହାକୁ ପ୍ରଶଂସା କରିଛନ୍ତି। ଏହା ସହିତ କର୍ଲିଙ୍କର ଏଡିଟିଂ ଦକ୍ଷତା ଓ କଳ୍ପନାକୁ ବି ପ୍ରଶଂସା କରିଛନ୍ତି।

Share