କମୋଡରେ ଗାଧୋଉଥିବା ମହିଳାଙ୍କ ଭିଡିଓ ଭାଇରାଲ, ଲାଇକ କଲେଣି ୩୦ ଲକ୍ଷରୁ ଅଧିକ ୟୁଜର, ଦେଖିଲେଣି ୪୭୯ ନିୟୁତ……

ନୂଆଦିଲ୍ଲୀ,୨୮।୧୨ : ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଅଜବ କାମ କରୁଛନ୍ତି। ଅଲଗା କିଛି କରିବାକୁ ଚେଷ୍ଟା କରି ସେମାନେ ନୂତନ ପରୀକ୍ଷଣ ଜାରି ରଖିଛନ୍ତି। ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଏବେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ମହିଳା କମୋଡରେ ଗାଧୋଇଥିବାର ନଜର ଆସିଛନ୍ତି। ଏହି ଭିଡିଓକୁ ୩ା ଲକ୍ଷରୁ ଅଧିକ ୟୁଜର ଲାଇକ କରିଛନ୍ତି।

ଭିଡିଓରେ ଜଣେ ମହିଳା କମୋଡ ପରି ବାଥଟବ ଉପରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି ଟବ ପାଣିରେ ପରିପୂର୍ଣ୍ଣ। ମହିଳା ଏଥିରେ କିଛି ବଲ ରଖିଛନ୍ତି । ଟବରେ ପ୍ରାୟ ଦୁଇଟି ପୂର୍ଣ୍ଣ କାର୍ଡବୋର୍ଡ ବାକ୍ସ ରଖିବା ପରେ ମହିଳା ଏଥିରେ ପ୍ରବେଶ କରୁଛନ୍ତି। ତା’ପରେ ସେଥିରେ ସମ୍ପୂର୍ଣ୍ଣ ବୁଡ଼ି ଯାଉଛନ୍ତି। ଏହି ଭିଡିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ ମହିଳା ଜଣକ କମୋଡ ପରି ବାଥଟବରେ କାହିଁକି ସ୍ନାନ କରୁଛନ୍ତି?

ଜଣେ ୟୁଜର ଲେଖିଛନ୍ତି ସମସ୍ତେ ଜାଣିବା ଉଚିତ ଯେ ଏହା ମଇଳା ପାଣି ନୁହେଁ ବରଂ ଏକ ବାଥଟବ ଯାହା କମୋଡ ପରି ଦେଖାଯାଉଛି। ଅନ୍ୟ ଜଣେ ଲେଖିଛନ୍ତି ଏହି ମହିଳା ଏହିପରି ପାଣିରେ ବୁଡ଼ିଗଲେ, ଯଦି କେହି ଫ୍ଲାଶ ବଟନ ଦବାନ୍ତି ତେବେ କଣ ହେବ? ଅନ୍ୟ ଜଣେ ଲେଖିଛନ୍ତି ଲୋକମାନେ ବର୍ତ୍ତମାନ କେଉଁ ପ୍ରକାରର କାର୍ଯ୍ୟକୁ ପସନ୍ଦ କରୁଛନ୍ତି। ଏହା କ‘ଣ ଏକ ନୂତନ ଟ୍ରେଣ୍ଡ?

ଜଣେ ଲେଖିଛନ୍ତି ଯେ ବେଳେବେଳେ ଖରାପ ମାନସିକତା ହେତୁ ଲୋକମାନେ ଇଣ୍ଟରନେଟରେ ଟିକିଏ ଧ୍ୟାନ ପାଇବା ପାଇଁ ଯାହା କିଛି କରିବାକୁ ପ୍ରସ୍ତୁତ ହେଉଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି ଯେ ଏହିପରି ଜଳ ନଷ୍ଟ କରିବା ବନ୍ଦ କର, ଯଦି ତୁମେ ଏହିପରି ଗାଧୋଇବାକୁ ଚାହୁଁଛ ତେବେ ସମୁଦ୍ର କୂଳକୁ ଯାଅ । ଜଣେ କହିଛନ୍ତି ମୁଁ ଏହା ଦେଖିବାରେ ଆଦୌ ପସନ୍ଦ କରୁନାହିଁ, କିନ୍ତୁ ବର୍ତ୍ତମାନ କିଛି ଲୋକଙ୍କର ଏହି ହବି ଅଛି, ତେବେ ଆମେ କ’ଣ କରିପାରିବା?

ଭିଡିଓଟି @underwatertorishorts ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ହୋଇଛି। ଏହି ଭିଡିଓକୁ ୨୦୩ ନିୟୁତରୁ ଅଧିକ ଲୋକ ଦେଖିଛନ୍ତି। ଏହି ଭିଡିଓକୁ ୩ ମିଲିୟନରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ତେବେ ଚ୍ୟାନେଲରେ ଅପଲୋଡ ହୋଇଥିବା ଏକ ଭିଡିଓକୁ ୪୭୯ ନିୟୁତ ଲୋକ ଦେଖିଛନ୍ତି।

Share