Posted inଜାତୀୟ

‘ମୋଦି ଜିନ୍ଦାବାଦ’ କହିବା ପରେ ମନ୍ତ୍ରୀଙ୍କୁ ଛାଡ଼ିଲେ

ନୂଆଦିଲ୍ଲୀ,୬।୧: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଫ୍ଲାଏଓଭରରେ ଫସିବାକୁ ନେଇ ଦେଶରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିବା ବେଳେ ପଞ୍ଜାବର ଜଣେ ମନ୍ତ୍ରୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଭାଜପା କର୍ମୀଙ୍କ ମଧ୍ୟରେ ଘେରି ହୋଇ ‘ମୋଦି ଜିନ୍ଦାବାଦ’ କହୁଛନ୍ତି ପଞ୍ଜାବର ଜଣେ ବରିଷ୍ଠ କଂଗ୍ରେସ ମନ୍ତ୍ରୀ।

ଉପ ମୁଖ୍ୟମନ୍ତ୍ରୀ ଓ ପି ସୋନି କାରରେ ଅମ୍ରିତସର ଯାଉଥିବା ବେଳେ ତାଙ୍କୁ ଅଟକାଇ ଥିଲେ ଭାଜପା କର୍ମୀ। ପ୍ରଧାନମନ୍ତ୍ରୀଙ୍କ ପାଇଁ ଢ଼ିଲା ସୁରକ୍ଷା ବ୍ୟବସ୍ଥା ବିରୋଧରେ ସେମାନେ ବିକ୍ଷୋଭ କରୁଥିଲେ। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଉପମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଚାରି ଆଡ଼ୁ ଘେରି ରହିଥିବା ଭାଜପା କର୍ମୀମାନେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଉଛନ୍ତି। ଗାଡ଼ିରେ ଥାଇ କଂଗ୍ରେସ ନେତା ‘ମୋଦି ଜିନ୍ଦାବାଦ’ ସ୍ଲୋଗାନ ଦେବା ପରେ ବାଟ ଛାଡ଼ିଥିଲେ ବିକ୍ଷୋଭକାରୀ।

ଉଲ୍ଲେଖଯୋଗ୍ୟ, ପଞ୍ଜାବର ଫିରୋଜପୁରରେ ଆୟୋଜିତ ଏକ ରାଲିରେ ଯୋଗ ଦେବା ପାଇଁ ଯାଉଥିଲେ ପ୍ରଧାନମନ୍ତ୍ରୀ ମୋଦି। ବିକ୍ଷୋଭକାରୀମାନେ ରାସ୍ତା ନ ଛାଡ଼ିବାରୁ ଲକ୍ଷ୍ୟ ସ୍ଥଳଠାରୁ ୧୦ କିମି ଦୂରରେ ଏକ ଫ୍ଲାଏଓଭରରେ ଫସି ଯାଇଥିଲେ। ୨୦ ମିନିଟ୍‌ ଅପେକ୍ଷା ପରେ ଫେରି ଯାଇଥିଲେ ଭଠିଣ୍ଡା ବିମାନବନ୍ଦରକୁ।

ପ୍ରଧାନମନ୍ତ୍ରୀଙ୍କ ଜୀବନକୁ ବିପଦରେ ପକାଇବା ପାଇଁ ଭାଜପା ପଞ୍ଜାବ ସରକାରଙ୍କୁ କେନ୍ଦ୍ର ସମାଲୋଚନା କରିଛି। କିନ୍ତୁ ଏହାକୁ ଖଣ୍ଡନ କରିବା ସହ କଂଗ୍ରେସ କହିଛି, ପ୍ରଧାନମନ୍ତ୍ରୀ ଅନ୍ତିମ ମୁହୂର୍ତ୍ତରେ ପ୍ଲାନ ବଦଳି ଦେଇଥିଲେ। ଏହା ଦ୍ୱାରା ସେ ସୁରକ୍ଷା ପ୍ରୋଟୋକଲ ଭଙ୍ଗ କରିଛନ୍ତି। ତାଙ୍କୁ ପ୍ରଥମେ ହେଲିକପ୍ଟର ଯୋଗେ ଯିବାର ଥିଲା। କିନ୍ତୁ ଖରାପ ପାଣିପାଗ ଯୋଗୁ ଅନ୍ତିମ ମୁହୂର୍ତ୍ତରେ ଯୋଜନାରେ ପରିବର୍ତ୍ତନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri