Categories: ଖେଳ

ଅଷ୍ଟ୍ରେଲୀୟ କ୍ରିକେଟର୍‌ଙ୍କ ଅଶୁଭ ମନାସି ଅଡୁଆରେ ଭାରତୀୟ କ୍ରିକେଟର୍‌

ସିଡନୀ,୧।୧୨: ଗୋଡରେ ଆଘାତ ଯୋଗୁ ଅଷ୍ଟ୍ରେଲୀୟ ରନ ମେସିନ ଡେଭିଡ ୱାର୍ଣ୍ଣରଙ୍କୁ ଗତ ଏକ ଦିନିକିଆ ଏବଂ ପୁରା ଟି -୨୦ ସିରିଜରୁ ବାଦ ଦିଆଯାଇଛି। ଭୋରତ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ୱାର୍ଣ୍ଣର ଫିଲ୍ଡି କରୁଥିବାବେଳେ ଆଘାତ ଲାଗିଥିଲା। ପରେ ତାଙ୍କୁ ପଡିଆରୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଭାରତର ଉପ-ଅଧିନାୟକ ତଥା ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଡେଭିଡଙ୍କ ବିଷୟରେ ଅବାଞ୍ଛିତ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଦ୍ୱିତୀୟ ଦିନିକିଆରେ ଭାରତ ପରାଜୟ ପରେ ରାହୁଲ କହିଥିଲେ, ଓ୍ବାର୍ଣ୍ଣରଙ୍କ ଆହତ କେତେ ଗୁରୁତର ତାହା ଆମର ଧାରଣା ନାହିଁ, କିନ୍ତୁ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆହତ ହେବା ଭଲ। ଅର୍ଥାତ୍‌ ସେ ହେଉଛନ୍ତି ଅଷ୍ଟ୍ରେଲିଆର ମୁଖ୍ୟ ବ୍ୟାଟ୍ସମ୍ୟାନ। ଏହିପରି ପ୍ରାର୍ଥନା କରିବା କାହା ପାଇଁ ଭଲ ନୁହେଁ, କିନ୍ତୁ ସେ ଆହତ ହୋଇ ନ ଖେଳିବା ଆମ ଦଳ ପାଇଁ ଏହା ଭଲ ହେବ। ଯଦି ତାଙ୍କର ଆଘାତ ଦୀର୍ଘ ସମୟ ଧରି ରହିଥାଏ, ତେବେ ଏହା ଆମ ଦଳ ପାଇଁ ଭଲ ହେବ। ତେବେ ସେ ଏସବୁକୁ ଏକ ମଜାଳିଆଢଙ୍ଗରେ କହିଥିଲେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଅନେକ ପୂର୍ବତନ କ୍ରିକେଟର୍‌ ରାହୁଲଙ୍କ ଏଭଳି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି।

Share