Posted inଖେଳ

Video: ଖାଲି ଚାପୁଡ଼ା ମାରିବା ବାକିଥିଲା…ଅସଭ୍ୟତାର ସବୁ ସୀମା ଟପିଗଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୨।୨: ପାକିସ୍ତାନରେ ଚାଲିଥିବା ତ୍ରି-ସିରିଜର ତୃତୀୟ ମ୍ୟାଚ୍‌ରେ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସାରା ବିଶ୍ୱର କ୍ରିକେଟପ୍ରେମୀଙ୍କୁ ଚକିତ କରିଛି। ପାକିସ୍ତାନର ଦ୍ରୁତ ବୋଲର ଶାହିନ ଆଫ୍ରିଦି ଦକ୍ଷିଣ ଆଫ୍ରିକାର ଯୁବ ବ୍ୟାଟ୍ସମ୍ୟାନ ମାଥ୍ୟୁ ବ୍ରିଟ୍‌ଜେକେଙ୍କ ସହ ଖୋଲାଖୋଲି ଝଗଡ଼ା କରିଛନ୍ତି। ଆଫ୍ରିଦିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଏହି ଭିଡିଓରେ, ଶାହିନ ଆଫ୍ରିଦି ପ୍ରଥମେ ଏହି ଯୁବ ବ୍ୟାଟ୍ସମ୍ୟାନଙ୍କ ସହ ଯୁକ୍ତିତର୍କ କରୁଥିବା ଏବଂ ପରେ ରନ୍‌ ନେବା ସମୟରେ ତାଙ୍କୁ ହଇରାଣ କରୁଥିବା ଦେଖାଯାଉଛି। ଏପରିକି ଘଟଣାକୁ ନେଇ ମଇଦାନରେ ଦୁଇ ଖେଳାଳିଙ୍କ ମଧ୍ୟରେ ବହୁତ ଉତ୍ତେଜନା ଦେଖାଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଯେକୌଣସି ମୁହୂର୍ତ୍ତରେ ହାତାହାତି ହୋଇଯିବା ଭଳି ମନେ ହୋଇଥିଲା। କିନ୍ତୁ ଅନ୍ୟ ଖେଳାଳି ଏବଂ ଅମ୍ପାୟାର ହସ୍ତକ୍ଷେପ କରିବା ପରେ ମାମଲା ଥଣ୍ଡା ପଡ଼ିଥିଲା। ଆସନ୍ତୁ ଜାଣିବା ପୂରା ଘଟଣାକ୍ରମ।
ଆଫ୍ରିଦି ଏବଂ ମାଥ୍ୟୁ ବ୍ରିଟ୍‌ଜେକେଙ୍କ ମଧ୍ୟରେ ଲଢ଼େଇ ୨୮ତମ ଓଭରରେ ହୋଇଥିଲା। ଶାହିନ ଆଫ୍ରିଦିଙ୍କ ପଞ୍ଚମ ବଲ୍‌ରେ ମାଥ୍ୟୁଙ୍କୁ ମିଡ-ଅନ୍‌ ଅଞ୍ଚଳରେ ଏକ ସଟ୍‌ ଖେଳିଥିଲେ। ଏହା ପରେ ଆଫ୍ରିଦି ମାଥ୍ୟୁଙ୍କୁ କିଛି କହିଥିଲେ। ଶାହିନ ବ୍ୟାଟ୍ସମ୍ୟାନଙ୍କ ଉପରେ ରାଗିଥିଲେ କାରଣ ସେ ଥରେ କିମ୍ବା ଦୁଇଥର ପିଚ୍‌ ମଝି ଆଡ଼କୁ ଦୌଡ଼ିଥିଲେ। ଅସନ୍ତୁଷ୍ଟ ହୋଇ ଆଫ୍ରିଦି ତାଙ୍କୁ କିଛି କହିବା ସହ ଆଖି ଦେଖାଇଥିଲେ। ଏହାର ଉତ୍ତର ଦେଲେ ମାଥ୍ୟୁ। ଏହା ପରେ ପରବର୍ତ୍ତୀ ବଲରେ ମାଥ୍ୟୁ ଏକ ରନ୍‌ ନେଇଥିଲେ। ସେ ଦୌଡ଼ୁଥିବା ସମୟରେ ଆଫ୍ରିଦି ତାଙ୍କ ମଝିରେ ଆସିଯାଇଥିଲେ। ମାମଲା ଗମ୍ଭୀର ହେଉଥିବା ଦେଖି ଅମ୍ପାୟାରଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା। କେବଳ ସେତିକି ନୁହେଁ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଦକ୍ଷିଣ ଆଫ୍ରିକାର ଅଧିନାୟକ ଟେମ୍ବା ବାଭୁମା ଏବଂ ମହମ୍ମଦ ରିଜୱାନଙ୍କୁ କଥାବାର୍ତ୍ତା କରିବାକୁ ପଡିଥିଲା।

ତେବେ ଶାହିନ ଆଫ୍ରିଦି ଏଠାରେ ତାଙ୍କର ସୀମା ଲଙ୍ଘନ କରିଥିଲେ କାରଣ ଯଦି ତାଙ୍କର ମାଥ୍ୟୁଙ୍କ ସହିତ କୌଣସି ସମସ୍ୟା ଥିଲା, ସେ ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରିପାରିଥାଆନ୍ତେ। କିନ୍ତୁ ସେ ପ୍ରଥମେ ଯୁକ୍ତିତର୍କ କରିଥିଲେ ଏବଂ ତା’ପରେ ସେ ରନ୍‌ ନେବା ସମୟରେ ତାଙ୍କୁ ହଇରାଣ କରିଥିଲେ। ଏହା ପ୍ରତ୍ୟେକ କ୍ଷେତ୍ରରେ କ୍ରୀଡ଼ା ମନୋଭାବର ବିରୁଦ୍ଧ। ପାକିସ୍ତାନୀ ଖେଳାଳି କାମରାନ ଗୁଲାମ ମଧ୍ୟ ସମାନ କାରନାମା କରିଥିଲେ, ଯିଏ ଟେମ୍ବା ବାଭୁମା ରନ୍‌ ଆଉଟ ହେବା ପରେ ତାଙ୍କ ସମ୍ମୁଖରେ ଆକ୍ରମଣାତ୍ମକ ଭାବରେ ଉତ୍ସବ ପାଳନ କରିଥିଲେ। ସେ ତାଙ୍କ ମଝିକୁ ଆସି ଉତ୍ସବ ପାଳନ କରୁଥିବାର ଦେଖାଯାଇଥିଲା। ଟେମ୍ବା ବାଭୁମା ଏବଂ ମାଥ୍ୟୁ ଉଭୟ ପାକିସ୍ତାନ ବିପକ୍ଷରେ ଉତ୍କୃଷ୍ଟ ଇନିଂସ ଖେଳିଥିଲେ। ବାଭୁମା ୮୨ ଏବଂ ମାଥ୍ୟୁ ୮୩ ରନ କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri