ସୋସିଆଲ ମିଡିଆରେ ଭିଡିଓ ଭାଇରାଲ: ପ୍ରଥମେ ନେଗେଟିଭ, ପରେ ପଜିଟିଭ

ବାରଙ୍ଗ,୨୩।୯(ଡି.ଏନ୍‌.ଏ.): ଭୁବନେଶ୍ୱର ବ୍ଲକ ଦାଢ଼ା ପଞ୍ଚାୟତ ଅଧୀନ ବଡ଼ବାଲିପଡ଼ା ଗ୍ରାମର ଗୋଟିଏ ପରିବାର କରୋନା ଆକ୍ରାନ୍ତ ହେବା ପରେ ପ୍ରଶାସନର ସହଯୋଗ ମିଳୁ ନ ଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ପରିବାରର କିଶୋର ରାଉତ କରିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ ୧୪ତାରିଖରେ ତାଙ୍କ ପରିବାରର ୩ଜଣ ମହିଳା ସ୍ଥାନୀୟ ଅଞ୍ଚଳରେ କୋଭିଡ୍‌ ପରୀକ୍ଷା କରିବାରୁ ନେଗେଟିଭ ଆସିଥିଲା। ହେଲେ ୧୬ତାରିଖରେ ଅଙ୍ଗନଓ୍ବାଡ଼ି କର୍ମୀ ଆସି ସେମାନଙ୍କ ରିପୋର୍ଟ ପଜିଟିଭ ଥିବା କହିଥିଲେ। ପରେ ପ୍ରଶାସନର ନିର୍ଦ୍ଦେଶକ୍ରମେ ସରପଞ୍ଚ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ବାଉଁଶ ବାଡ଼ ଦେଇ ବନ୍ଦ କରିଛନ୍ତି। ଏହି ପରିବାର ଏପର୍ଯ୍ୟନ୍ତ ହୋମ କ୍ୱାରାଣ୍ଟାଇନରେ ଥିବାବେଳେ ଜରୁରୀ ସାମଗ୍ରୀ ପାଇ ପାରୁନାହାନ୍ତି। ଏ ନେଇ ସରପଞ୍ଚଙ୍କୁ ଫୋନ କଲେ ଦେହ ଖରାପ ଥିବା କହି ପ୍ରତିନିଧି ଅରୁଣ ସେନାପତିଙ୍କ ସହ କଥା ହେବାକୁ କହୁଛନ୍ତି। ଅନ୍ୟପଟେ କୌଣସି ଅଧିକାରୀ ଆକ୍ରାନ୍ତଙ୍କ ସାମାନ୍ୟ କଥା ବୁଝୁ ନ ଥିବାରୁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା ସେ ଅଭିଯୋଗ କରିଛନ୍ତି। ଏ ସର୍ମ୍ପକରେ ସରପଞ୍ଚ ପ୍ରତିନିଧି ସେନାପତି କହିଛନ୍ତି, ୩ ମହିଳାଙ୍କ ପ୍ରଥମେ ନେଗେଟିଭ ଓ ୨ଦିନ ପରେ ପଜିଟିଭ ଆସିଥିବା ବ୍ଲକ ପକ୍ଷରୁ ଆମକୁ ଜଣାପଡ଼ିଥିଲା। ତେବେ ହୋମ କ୍ୱାରାଣ୍ଟାଇନରେ ରହୁଥିବା ପରିବାରକୁ ରାଶନ ଯୋଗାଇଦେବା କୌଣସି ନିୟମ ନାହିଁି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri